ସୁନ୍ଦରଗଡ ତା:୮/୮/୨୦୨୫( ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ଜଙ୍ଗଲରେ ବାଘ ବୁଲୁଥିବା ବନ୍ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ପାରିପେଖିରେ ବନ ବିଭାଗ ପକ୍ଷରୁ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି । ଜଙ୍ଗଲ ଆଡ଼କୁ ଗାଈଗୋରୁ, ଛେଳି ନେବାକୁ ବାରଣ କରାଯାଇଥିବା ଜଣାପଡିଛି । ଏହି ବାଘ ଛତିଶଗଡ଼ ରୁ ଏହି ଜଙ୍ଗଲ କୁ ଆସିଥିବା ବନ୍ ବିଭାଗ ପଖ୍ୟରୁ ଅନୁମାନ କରାଯାଉଛି । । ଏଥିପ୍ରତି ଲୋକଙ୍କ ଜୀବନ ହାନି ସହିତ ଗୃହପାଳିତ ପଶୁଙ୍କ ଜୀବନ ହାନି ନ ହୁଏ ତା ପାଇ ସଚେତନ କରିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଲାଗି ରହିଥିବା ବନ୍ ବିଭାଗ ପକ୍ଷରୁ ସୂଚନା ରହିଛି । ଜଙ୍ଗଲରେ ବାଘ ବୁଲୁଥିବାବେଲେ ଉଜଲପୁର ବନଖଣ୍ଡ ଅଞ୍ଚଳରେ ଦେଖାଯାଉଥିବା ବିଭାଗୀୟ ରେଞ୍ଜରଙ୍କ ସୂତ୍ରରୁ ଜଣାପଡିଛି । ବାଘ ର ଗତିବିଧି ଉପରେ ସମ୍ପୂର୍ଣ ନଜର ରଖାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ରହିଛି ।
ଲେଫ୍ରିପଡା ଜଙ୍ଗଲରେ ବୁଲୁଛି, ଅଞ୍ଚଳବାସି ଙ୍କୁ ସତର୍କ ସୂଚନା
|
August 8, 2025 |



