ଲେଖିକା ସରୋଜନୀ ଆଚାର୍ଯ୍ୟଙ୍କ ପରଲୋକ

Spread the love

କଟକ, 30.01.2021 (ସନ୍ଧାନ ନିଉଜ୍): ପରଲୋକରେ ଓଡ଼ିଶାର ବର୍ଷିୟାନ‌ ଲେଖିକା ତଥା ସାହିତ୍ୟିକା ସରୋଜନୀ ଆଚାର୍ଯ୍ୟ। ଶୁକ୍ରବାର ଦିନ କଟକ ସ୍ଥିତ ଜଗନ୍ନାଥ ବଲ୍ଲଭ ସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।  ସୂଚନାଯୋଗ୍ୟ, ସରୋଜିନୀଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ବାଦଲ କୁମାର ଆଚାର୍ଯ୍ୟ, ଅଶୋକ ଆଚାର୍ଯ୍ୟ, ସର୍ବାନନ୍ଦ ଆଚାର୍ଯ୍ୟ,ଲଲାଟେନ୍ଦୁ ଆଚାର୍ଯ୍ୟ, ଅରବିନ୍ଦ ଆଚାର୍ଯ୍ୟ ଏବଂ ଏକମାତ୍ର କନ୍ୟା ସମାଜସେବୀ ତଥା ଆଇନଜୀବୀ ଅଳକାନନ୍ଦା ପାଣିଗ୍ରାହୀ ଉପସ୍ଥିତ ଥିଲେ। ସ୍ଵର୍ଗତାଃ ଆଚାର୍ଯ୍ୟ ଜଣେ ଅତ୍ୟନ୍ତ ଧର୍ମପରାୟଣା ତଥା ମିଷ୍ଟଭାଷୀ ମହିଳା ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି କଟକର ଜଗନ୍ନାଥ ବଲ୍ଳଭ ସ୍ଥିତ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ସୂଚନାଥାଉକି, ସେ ସ୍ଵର୍ଗତଃ ବିଚିତ୍ରା ନନ୍ଦ ଆଚାର୍ଯ୍ୟଙ୍କ ପତ୍ନୀ ଥିଲେ।

Related Posts

About The Author

Add Comment