ଲୁଟେରାଙ୍କ ଦବ୍‌ଦବା ଜାରୀ, ୮ଲକ୍ଷର ସ୍ୱର୍ଣ୍ଣାଳଙ୍କାର ଲୁଟ୍‌

Spread the love

ଭଦ୍ରକ,୧୦/୦୨ (ସନ୍ଧାନ ନିୟୁଜ): ଭଦ୍ରକ ସହରରେ ଲୁଟେରାଙ୍କ ଦବଦବା ଜାରୀ ରହିଛି । ଗତ ୩ଦିନ ମଧ୍ୟରେ ୨ଟି ବଡ଼ ଡ଼କାୟତି ଘଟଣାରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପୁଲିସ କୌଣସି ଖିଅ ପାଇନଥିବାବେଳେ, ଆଜି ଦିନବେଳା ଲୁଟେରମାନେ ପୁଣି ଚାଲେଞ୍ଜ କରିଛନ୍ତି ଭଦ୍ରକ ପୁଲିସକୁ । ଏକ ଜରୁରୀକାଳୀନ କାର୍ଯ୍ୟରେ କଟକ ବଡ଼ମେଡ଼ିକାଲ ଯାଇଥିବାବେଳେ, ଲୁଟେରାମାନେ ଜଣେ ଘରୋଇ ଇଂଜିନିୟରିଂ କଲେଜର ଅଧ୍ୟକ୍ଷଙ୍କ ଘରେ କଳା କନା ବୁଲାଇ ଦେଇଛନ୍ତି । ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଉପର ବାଗୁରାଇ ଡ଼ଗମୁଣ୍ଡ ଠାରେ । ଏ ସମ୍ପର୍କରେ ଡ଼କାୟତିର ଶୀକାର ହୋଇଥିବା ଧାମନଗର ବ୍ଲକ ଅସୁରାଳୀସ୍ଥିତ ବେଷ୍ଟ ଇଂଜିନିୟରିଂ କଲେଜର ଅଧ୍ୟକ୍ଷ ରବୀନ୍ଦ୍ର ଜେନା ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଛୁଟି ଥିବାରୁ ରବିବାର ସକାଳେ ଶ୍ରୀ ଜେନା ନିଜ ପତ୍ନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଟକ ଯାଇ ସଂଧ୍ୟା ୭ଟାରେ ଘରକୁ ଫେରିଥିଲେ । ଘରେ ପହଞ୍ଚି ସେ ତାଙ୍କ ଘରର ମୁଖ୍ୟ ଗ୍ରୀଲ ତଡ଼ାଯାଇଥିବା ଦେଖିବାକୁ ପାଇଥିଲେ । ଭିତରକୁ ଯାଇ ଦେଖିଲାବେଳେକୁ ଲୁଟେରାମାନେ ତାଙ୍କ ଆଲମିରାରେ ଥିବା ପ୍ରାୟ ୨୦ଭରିରୁ ଉନ୍ଧ୍ୱର୍ ଓଜନର ସ୍ୱର୍ଣ୍ଣାଳଙ୍କାର ଓ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ଶ୍ରୀ ଜେନା ପିସିଆରକୁ କଲ କରି ଘଟଣା ସମ୍ପର୍କରେ ଜଣାଇବା ସହ ସହରାଞ୍ଚଳ ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି ।

Related Posts

About The Author

Add Comment