ବାରିପଦା, 17/10 (ସନ୍ଧାନ ନ୍ୟୁଜ୍) :- ବାରିପଦା ମୁଖ୍ୟ ଡାକଘରେ ହୋଇଛି ସିବିଆଇ ଚଢ଼ଉ । ଆଜି ସନ୍ଧ୍ୟାରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସହକାରୀ ପୋଷ୍ଟ ମାଷ୍ଟର ମନୋଜ କୁମାର ମହାନ୍ତଙ୍କୁ ଗିରଫ କରିଛି ଭୁବନେଶ୍ବରରୁ ଆସିଥିବା ସିବିଆଇ ଟିମ୍। ମନୋଜ ଉକ୍ତ ଅଫିସର ଜଣେ କର୍ମଚାରୀ(ପୋଷ୍ଟାଲ ଆସିଷ୍ଟାଣ୍ଟ)ଙ୍କ ଡେପୁଟେସନ ଭତ୍ତା ତାଙ୍କ ଦରମା ଆକାଉଣ୍ଟକୁ ଟ୍ରାନ୍ସଫର କରିବା ପାଇଁ ଲାଞ୍ଚ ନେଉଥିବା ଜଣାପଡ଼ିଛି । ଏହି ବିଲ୍ ପାସ୍ କରାଇଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝାଙ୍କୁ ଲାଞ୍ଚ ମାଗିଥିଲେ ମନୋଜା ଶ୍ରୀ ମାଝି ଏ ନେଇ ସିବିଆଇକୁ ଜଣାଇଥିଲେ । ଏହାପରେ ଲାଞ୍ଚୁଆ ଅଧିକାରୀ ମନୋଜଙ୍କୁ ଧରିବା ପାଇଁ ଯୋଜନା କରିଥିଲା ସିବିଆଇ। ଯୋଜନା ମୁତାବକ ଆଜି ମନୋଜ ହରିହରଙ୍କଠାରୁ ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ମନୋକଙ୍କୁ ଗିରଫ କରାଯାଇଛି। ତେବେ ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି ସିବିଆଇ ଅଧିକାରୀ
ଲାଞ୍ଚ ନେଲାବେଳେ ସହକାରୀ ପୋଷ୍ଟ ମାଷ୍ଟର ଗିରଫ
|
October 17, 2020 |



