ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଡ଼ଗାଁ ଥାନା ଏଏସଆଇ(ASI)୨୫ ହଜାର ଟଙ୍କା ଜବତ

Spread the love

ସୁନ୍ଦରଗଡ଼ ତା:୧୩/୩/୨୦୨୬(ସନ୍ଧାନ ନ୍ୟୁଜ) ପୁଣି ଜଣେ ପୋଲିସ ବାବୁ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ବଡ଼ଗାଁ ଥାନା ଏଏସଆଇ (ASI) ଅରୁପା ନନ୍ଦ ଦାଶ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଉରକେଲା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଛି। ସୂଚନା ଅନୁଯାୟୀ, ଏକ ମଦ ବ୍ୟବସାୟ ମାମଲାରେ ସାହାଯ୍ୟ କରିବା ପାଇଁ ଅରୁପା ନନ୍ଦ ଦାଶ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ। ପୂର୍ବ ଯୋଜନା ମୁତାବକ, ଆଜି ଅଭିଯୋଗକାରୀଙ୍କ ଠାରୁ ୨୫ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଅତର୍କିତ ଚଢ଼ାଉ କରିଥିଲେ। ତାଙ୍କ ପାଖରୁ ରଙ୍ଗ ବୋଳା ଟଙ୍କା ଜବତ କରାଯାଇଛି।
ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଏଏସଆଇ(ASI) ଅରୁପା ନନ୍ଦ ଦାଶଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଏଥିସହିତ ତାଙ୍କର ସରକାରୀ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି। ପୋଲିସ ବିଭାଗରେ ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Related Posts

About The Author

Add Comment