ଲଘୁଚାପର ଲଗାଣ ବର୍ଷା ରେ ଘର ଧସିଲା, ପରିବାର ନିରାଶ୍ରୟ

Spread the love

ସୁନ୍ଦରଗଡ଼ତା:୩/୭/୨୦୨୫ (ସନ୍ଧାନ ନିୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ବିଗତ ସାତ ଦିନ ହେଲା ରାଜ୍ୟ ରେ ଲଘୁଚାପ ଲଗାଣ ବର୍ଷା ବର୍ଷିବା ରେ ଲାଗିଛି l ଉକ୍ତ ବର୍ଷା ରେ ଜମି ହିଡ଼ ଭାଙ୍ଗି ଚାଷ ଖରାପ ଅବସ୍ଥାରେ ଥିବା ସହିତ ଘର ଭାଙ୍ଗିବା ଖବର ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ବାଲିଶଙ୍କରା ବ୍ଲକ ତିଳଡେଗା ଗ୍ରାମ ପଞ୍ଚାୟତ ର ଗାଈଡେଗା ଗ୍ରାମ ନୀଳମଣି କୋଠି ଙ୍କ କାଲି ଲଘୁଚାପ ଲଗାଣ ବର୍ଷାରେ ଘର ଧସେଇ ଦେଇଥିବା ସହିତ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ଖବର ଜାଣିବାକୁ ମିଳିଛି l ଘର ଧସିଯିବା ପରେ ରହିବା ପାଇଁ ଆଉ ଘର ନାହିଁ l ସେଥିପାଇଁ ସେ ଚିନ୍ତା ରେ ପଡ଼ିଥିବା ପ୍ରକାଶ କରିଛନ୍ତି । ଏ ନେଇ ସେ ନିକଟସ୍ଥ ବାଲିଶଙ୍କରା ତହସିଲଦାର ଙ୍କ ଦ୍ୱାରସ୍ଥ ହୋଇ ତାଙ୍କର ଘର ଭାଙ୍ଗିଥିବା ଦୁଃଖ ପ୍ରକାଶ କରିବାରୁ ତାଙ୍କୁ ଏକ ପ୍ଲାଷ୍ଟିକ ଦରି ଟିଏ ଦିଆଯାଇଥିବା ସୂଚନା ରୁ ପ୍ରକାଶ ପାଇଛି l ଲଗାଣ ବର୍ଷାରେ ଗରିବ ପରିବାର ର ଗଛିତ ଖାଦ୍ୟ ନଷ୍ଟ ହେବା ପରେ ତାର ଦୁଃଖ ବୁଝିବ କିଏ ? କେବଳ ଗୋଟିଏ ପ୍ଲାଷ୍ଟିକ ଦରି ଦେଇ ପ୍ରଶାସନ ଅଣଦେଖା କରିବା କରିବା କେତେଦୂର ଠିକ୍ ତାହା ପ୍ରଶ୍ନ ଘେରରେ ? ଜରୁରୀ କାଳୀନ ପରିସ୍ଥିତିରେ ପରିବାରର ଅସୁବିଧା ଦୁର କରିବାର ପ୍ରଶାସନର ଦାୟିତ୍ଵ ହେବା କଥା ମାତ୍ର ଏଥିରେ ବ୍ୟତିକ୍ରମ ଘଟିଥିବାରୁ ପୀଡ଼ିତ ପରିବାର ଚିନ୍ତାରେ ଥିବା ଦେଖିବାକୁ ମିଳିଛି । ଏ ନେଇ ନୀଳମଣି କୋଠୀ ଜରୁରୀ କାଳୀନ ପରିସ୍ଥିତିରେ ଖାଦ୍ୟ ପାଇଁ ପ୍ରଶାସନକୁ ଗୁହାରି କରିଥିବା ଜଣାପଡିଛି ।

Related Posts

About The Author

Add Comment