ରାଉରକେଲା; ୩୧/୦୭/୨୦୨୦ (ସନ୍ଧାନ ନିଉଜ): ଏବେ ଚୋରଙ୍କ ଟାର୍ଗେଟରେ ଆସି ଯାଇଛି ରାଉରକେଲାର ଶତାଧିକ ବ୍ୟବର୍ସାୟିକ ସ୍ଥଳ । ଲକ ଡାଉନ ଯୋଗୁ ଲୋକେ ଘରେ ରହୁଥିବା ବେଳେ ଦୋକାନ ଗୁଡ଼ିକ ବ୍ ରହୁଛି । ଯାହାର ଫାଇଦା ଉଠାଉଛନ୍ତି ଚୋର ଦଳ! ରାଜ୍ୟରେ ମହାମାରୀ କୋରୋନାର ବିଭିଷୀକା ବଢି ଚାଲିଥିବା ବେଳେ ଲକ ଡାଉନରେ ଲୋକେ ଘରେ ଗୃହବନ୍ଦୀ ହୋଇ ରହିଥିବା ବେଳେ, ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ବନ୍ଦ ରହିଛି କପଡ଼ା, ସୁନା ଓ ଅନ୍ୟ ଦୋକାନ । ହୋଟେଲରେ ଆଉ ଜଳୁନି ଚୁଲି । ପ୍ରାୟ ୧୫ ଦିନ ଧରି ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଦୋକାନର ସୁରକ୍ଷା ନେଇ ଚିନ୍ତିତ ହୋଇ ପଡ଼ିଛନ୍ତି ସାରନଗରୀର ଅନେକ ଖୁଚୁରା ବ୍ୟବସାୟୀ । ଅପରପକ୍ଷରେ ପୁଲିସ ଦିନତମାମ ଅମାନିଆଙ୍କୁ ସାବାଡ଼ କରିବାକୁ ପରିଶ୍ରମ ଜାରି ରଖିଥିବା ବେଳେ, ସାରନଗରୀରେ ଥମୁନି ଚୋରି । ଏହା ଉଭୟ ଜନତା ଓ ପୁଲିସର ଚିନ୍ତାକୁ ବଢାଇ ଦେଇଛି । ଏବେ ଘରେ ଲୋକ ସବୁ ସମୟରେ ମହଜୁଦ ରହୁଥିବା ବେଳେ, କିଛି ଦିନ ରହି ବନ୍ଦ ପଡ଼ିଥିବା ଦୋକାନର ସୁରକ୍ଷାକୁ ନେଇ ଚିନ୍ତା ବଢିଛି । ରାଉରକେଲାର କିଛି ଥାନା ଅଂଚଳରେ ଲକ ଡାଉନ ପରେ ଚୋରି ଘଟଣା ବଢିଛି । ଯାହାକି ଉଭୟ ପୁଲିସ ଓ ଜନତା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗରାଉରକେଲା ସମେତ ଦକ୍ଷିଣ ରାଉରକେଲା ବହୁ ବଡ଼ ବ୍ୟବସାୟିକ ସ୍ଥଳ ଯେପରି ହୋଟେଲ, ରେଷ୍ଟୁରାଂଟରେ ଲକ ଡାଉନ ପରେ ସିକ୍ୟୁରିଟି ଗାର୍ଡ଼ ରହୁ ନଥିବା କାରଣରୁ ଚୋରଙ୍କ ପାଇଁ ଏକ ପ୍ରକାର ଭୂସ୍ୱର୍ଗ ପାଲଟି ଯାଇଛି । ଦିନସାରା ପାଟ୍ରୋଲିଂ କରୁଥିବା ପୁଲିସ ପାଇଁ ରାତ୍ରୀ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି । ସାରନଗରୀରେ ପାଣିଟାଙ୍କି ନିକଟ ପୂର୍ଣ୍ଣାନନ୍ଦ ମାର୍କେଟ, ଗଂଜୁ ମାର୍କେଟ, ଚିପ ଟାଇପ ମାର୍କେଟ, ସୁପର ମାର୍କେଟ ଆଦିରେ ବହୁ ଛୋଟ ବଡ଼ ବ୍ୟବସାୟ ସ୍ଥଳ ରହିଛି । ଏସବୁ ଦୋକାନ ମଧ୍ୟରୁ ମୋବାଇଲ, ପ୍ରସାଧନ ସାମଗ୍ରୀ, ରାସନ ସାମଗ୍ରୀ ଦୋକାନ ଉପରେ ଚୋରଙ୍କ ଟାର୍ଗେଟରେ ରହିଥିବା ଏକ ଅସମର୍ଥୀତ ସୂତ୍ରରୁ ଖବର ମିଳିଛି । ସ୍ଥାନୀୟ ଟାଙ୍ଗରପାଲୀ ପୁଲିସ ପକ୍ଷରୁ ଚୋରିକୁ ରୋକିବାକୁ ପାଟ୍ରୋଲିଂ ଜାରି ରହିଛି । ତଥାପି ଚୋରିରେ ପୂର୍ଣ୍ଣଚ୍ଛେଦ ପଡ଼ି ପାରୁ ନଥିବାରୁ ଏହା ସାରନଗରୀବାସିନ୍ଦାଙ୍କ ଚିନ୍ତାକୁ ଅନେକ ମାତ୍ରାରେ ବଢାଇ ଦେଉଛି । ଲକ ଡାଉନ ଯୋଗୁ ଯୁବ ଗୋଷ୍ଠୀଙ୍କ ରୋଜଗାର କିଛି ମାତ୍ରାରେ ପ୍ରଭାବିତ ହେଉଥିବାରୁ, କିିଛି ଉଦ୍ଭ୍ରାନ୍ତ ଯୁବକ ଚୋରି ଭଳି ହୀନ ବୃତିକୁ ଆପଣାଇ ନେଉଛନ୍ତି! ଲକ ଡାଉନ ଯୋଗୁ କୋରୋନା ପ୍ରଭାବକୁ ରୋକିବାରେ ସଫଳ ହୋଇଛି ବୋଲି ଜଣେ ବରିଷ୍ଠ ନାଗରିକ ମତ ଦେଇଛନ୍ତି । ଅପରପକ୍ଷରେ, ଲକ ଡାଉନରେ ଚୋରଙ୍କ ଲକ(ଭାଗ୍ୟ) ସେମାନଙ୍କ ସପକ୍ଷରେ ରହୁଥିବା ସାଧାରଣରେ ଆଲୋଚନା ଜୋର ଧରିଛି ।
ଲକ ଡାଉନର ଫାଇଦା ଉଠାଉଛନ୍ତି ଚୋର ଦଳ!
|
July 31, 2020 |



