ଲକ୍ଷେ ଘର ସମାଜ ତରଫରୁ ନୂଆଁଖାଇ ଭେଟଘାଟ l

Spread the love

ଲକ୍ଷେ ଘର ସମାଜ ତରଫରୁ ନୂଆଁଖାଇ ଭେଟଘାଟ l ସୁନ୍ଦରଗଡ଼ ତା:୨0-0୯-୨0୨୫(ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଁଖାଇ କୁ ଲୋକେ ଧୂମଧାମ ରେ ପାଳନ କରିଥାନ୍ତି l ରାଜ ରାମାଇ ଦେଓ ପ୍ରଥମ କରି ନୂଆଖାଇ ପର୍ବ କୁ ପାଳନ କରିଥିଲେ l ମା ସମଲେଇ ଙ୍କୁ ଏହି ପର୍ବ ରେ ଲୋକ ପୁଜି ଥାନ୍ତି l ଆଜି ବାଲିଶଙ୍କରା ବ୍ଲକ ଲକ୍ଷେ ଘର ସମାଜ ବ୍ଲକ ସଭାପତି ଶ୍ରୀ ଯୁକ୍ତ ଉଦ୍ଧବ ତନ୍ତୀ ଙ୍କ ପ୍ର ଚେଷ୍ଟା ରେ ବାଲିଶଙ୍କରା ବ୍ଲକ ଚାନ୍ଦିନୀ ଛକ (କଲ୍ୟାଣ ମଣ୍ଡପ )ଠାରେ ବ୍ଲକ କମିଟି ଙ୍କ ସହଯୋଗ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରିଥିଲେ l ଏହି ପର୍ବ ରେ ବାଲିଶଙ୍କରା ବ୍ଲକ ର ପ୍ରତ୍ୟେକ ପଞ୍ଚାୟତ ରୁ ସମାଜ ସେବି ବନ୍ଧୁ ବାନ୍ଧବ ମା ମାଉସୀ ତଥା କୁନି କୁନି ପୁଅ ଝିଅ ମାନେ ଉପସ୍ଥିତ ରହିଥିଲେ l ଏହି ପର୍ବ ରେ ମୁଖ୍ୟ ବକ୍ତା ଭାବରେ ସମାଜ ପ୍ରେମୀ ତଥା ଅବସର ପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ଚନ୍ଦନ ନିଖଣ୍ଡିଆ, ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଲକ୍ଷେ ଘର ସମାଜ ଜିଲ୍ଲା ଉପ ସଭାପତି ଶ୍ରୀ ଯୁକ୍ତ ବିଶ୍ୱମ୍ବର ମହାନନ୍ଦିଆ, ଜିଲ୍ଲା ପୂର୍ବତନ ସଭାପତି,ଜିଲ୍ଲା ଉପଦେଷ୍ଟା ତଥା ଜିଲ୍ଲା ସଂଗଠକ ଶ୍ରୀ ଯୁକ୍ତ ବୈରାଗୀ ତନ୍ତୀ,ପୂର୍ବତନ ବ୍ଲକ ସଭାପତି ଶ୍ରୀ ଯୁକ୍ତ କୈଳାସ ତନ୍ତୀ, ଉପଦେଷ୍ଟା କମିଟି ର ସଦସ୍ୟ ଶ୍ରୀ ପରକ୍ଷିତ ମହାନନ୍ଦିଆ, ବ୍ଲକ ସଭାପତି ଶ୍ରୀ ଯୁକ୍ତ ଉଦ୍ଧବ ତନ୍ତୀ, ଉପ ସଭାପତି ଶ୍ରୀ ଦୁଲ୍ଲଵ ତନ୍ତୀ,ଉପ ସମ୍ପାଦକ ଶ୍ରୀ ପିତାମ୍ବର ତାଜନ. ପ୍ରତ୍ୟେକ ପଞ୍ଚାୟତ ସଭାପତି, ଉପ ସଭାପତି, ସମ୍ପାଦକ, ଉପ ସମ୍ପାଦକ, କୋଷାଧକ୍ଷ, ମହିଳା ସଭାନେତ୍ରୀ, ସମ୍ପାଦିକା ଓ ସମାଜ ପ୍ରେମୀ ବନ୍ଧୁ ବାନ୍ଧବ, ମା ମାଉସୀ ତଥା କୁନି କୁନି ପୁଅ ଝିଅ ମାନେ ଉପସ୍ଥିତ ଥିଲେ l ବହୁତ ଜାକଜମକ ରେ ନୃତ୍ୟ କଳା ଦେଖାଇ ସୁନ୍ଦର ଭାବେ ଉକ୍ତ ବୈଠକ ଟି ହୋଇଥିଲା l ସମାଜ ରେ କିପରି ମଦ ନିବାରଣ ହୋଇ ପାରିବ, କେମିତି ଆମର ଯୁବ ପିଢ଼ି ଙ୍କୁ ଶିକ୍ଷିତ କରିବା ଏ ବିଷୟ ରେ ଶ୍ରୀ ନିଖଣ୍ଡିଆ ଦିଗ ଦର୍ଶନ ଦେଇଥିଲେ l

Related Posts

About The Author

Add Comment