ଭଦ୍ରକ,୧୫/୧୧ (ସନ୍ଧାନ ନିୟୁଜ) ଭଦ୍ରକ ରେଳ ଷ୍ଟେସନରେ ୩ଟି ସନ୍ତାନ ଜନ୍ମ ଦେଲେ ଟ୍ରେନରେ ଆସୁଥିବା ଜଣେ ଗର୍ଭବତୀ ମହିଳା | ଆଜି ବାଙ୍ଗାଲୋର – ଗୋହାଟି ଏକ୍ସପ୍ରେସ ଟ୍ରେନରେ ଆସୁଥିବା ଜଣେ ପ୍ରସୁତି ମହିଳା ଭଦ୍ରକ ରେଳଷ୍ଟେସନରେ ଜନ୍ମ କଲେ ୩ଟି ପୁତ୍ର ସନ୍ତାନ। ସନ୍ତାନ ଜନ୍ମ ପରେ ଭଦ୍ରକ ରେଳବାଇର ପୋଲିସ ଓ ଡାକ୍ତରଙ୍କ ସହାୟତାରେ ପ୍ରାଥମିକ ଚିକିତ୍ସା କରାଯାଇ ମାଆ ଓ ନବଜାତ ଶିଶୁଙ୍କୁ ଛୁଆ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମାଆ ସୁସ୍ଥ ଥିବାବେଳେ ୩ ପୁତ୍ର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି l ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଛି।
https://www.youtube.com/watch?v=YBrwCK5pYOo



