ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି। ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି

Spread the love

ବାରିପଦା, 05.02.2021 (ସନ୍ଧାନ ନିଉଜ୍):-  ଭାରତରେ ପ୍ରଥମଥର ପାଇଁ ଏମିତି ରେଳ ଷ୍ଟେସନ ନିର୍ମାଣ ହେବାକୁ ଯାଉଛି ଯାହା ଗାଁରେ ବିମାନବନ୍ଦର ବି ଫେଲ। ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଭବ୍ୟ ଷ୍ଟେସନ ଭାବେ ନିର୍ମାଣ କରିବାକୁ ଯୋଜନା ଚାଲିଛି। ଏହି ରେଳ ଷ୍ଟେସନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୬୫୦୦ କୋଟି। ଏହା ହେବ ଭାରତର ସବୁଠାରୁ ଆକର୍ଷଣୀୟ ରେଳ ଷ୍ଟେସନ। ପିପିପି ପ୍ରକଳ୍ପ ଅନୁସାରେ ନିର୍ମାଣ ହେବାକୁଥିବା ଏହି ନୂଆ ଷ୍ଟେସନର ରିଡେଭେଲପ୍ମେଣ୍ଟ ପାଇଁ RFQ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଦେଶ ବିଦେଶର ୯ଟି କମ୍ପାନୀ ଇଛା ଜାହିର କରିଛନ୍ତି। ଏହି କମ୍ପାନୀମାନଙ୍କ ମଧ୍ୟରେ GMR ଓ ଅଦାନୀ ଗ୍ରୁପ ବି ସାମିଲ ଅଛି। ଖାସ କଥା ହେଲା ଏହି କମ୍ପାନୀ ଦେଶର ଅନେକ ବିମାନବନ୍ଦର ପାଇଁ ମଧ୍ୟ ଇଚ୍ଛା ଜାହିର କରିନାହାନ୍ତି। ରେଳ ଜମି ବିକାଶ ପ୍ରାଧିକରଣ (rail land development authority) ର ଭିସି ବେଡ଼ ପ୍ରକାଶ କହିଛନ୍ତି ଯେ ଏହି ଯୋଜନା ଡେଭେଲପରଙ୍କୁ ରୋଜଗାରର ଅନେକ ମଉକା ଦେବ। ନୂଆଦିଲ୍ଲୀ ରେଳ ଷ୍ଟେସନ ଏରିଆରେ ୪୦ ମହଲା ଉଚ୍ଚ ଟାୱାର ନିର୍ମାଣ ହେବ। ଏଠାରେ ଅଫିସ, ପଞ୍ଚତାରକା ହୋଟେଲ ଓ ଶପିଂ କମ୍ପ୍ଲେକ୍ସ ତିଆରି ହେବ। ଏହା ହେବ ଦେଶର ପ୍ରଥମ ଲଗ୍ଜରୀ ରେଳ ଷ୍ଟେସନ। ତାଛଡା ନୂଆଦିଲ୍ଲୀର ଖାସ ମାର୍କେଟ କନୌଟ ପେଲେସ ନିକଟତର ହୋଇଥିବାରୁ ଏହାକୁ କନୌଟ ପେଲେସ ସହ ଟକ୍କର ଦେଲାଭଳି ନିର୍ମାଣ କରାଯିବ। ରେଳ ଷ୍ଟେସନର ପ୍ରଥମ ମହଲାରେ ସଡକ ମାର୍ଗ ନିର୍ମାଣ ହେବ। ଏଠାରେ ୪ ଓ ୬ ଲେନ ବିଶିଷ୍ଟ ସଡକ ହେବ ଯାହା କନୌଟ ପେଲେସକୁ ସିଧା ପାହାଡଗଞ୍ଜ ଓ ଆଖପାଖ ଅଞ୍ଚଳ ସହ ସଂଯୋଜିତ କରିବ ଯେପରି ପୁରା ଅଞ୍ଚଳ ଟ୍ରାଫିକ ଫ୍ରି ହୋଇଯିବ। ପଥଚାରୀଙ୍କଠୁ ଆରମ୍ଭ କରି ସାଇକେଲ, କାର ଓ ବସ ପାଇଁ ଲେନ ଓ ସଡକ ନିର୍ମାଣ ହେବ। ଏହି ଅଞ୍ଚଳକୁ ବିକଶିତ କରିବାକୁ ଏମିତି ଯୋଜନା ପ୍ରସ୍ତୁତ କରାଯାଇଛି ଯେପରି ଏଠାରେ କେବେ ବି ଟ୍ରାଫିକ ଜାମ ନ ହେବ ଓ ନୂଆଦିଲ୍ଲୀ ଷ୍ଟେସନ ଯାତ୍ରୀଙ୍କୁ କୌଣସି ସମସ୍ୟା ନ ହେବ।

Related Posts

About The Author

Add Comment