ରିଲାଏନ୍ସ ଜିଓ ପକ୍ଷରୁ ଭିଡିଓ ଓ ଭଏସ୍ ୱାଇ-ଫାଇ କଲିଂ ସେବାର ଶୁଭାରମ୍ଭ

Spread the love

ଭୁବନେଶ୍ୱର, ୮/୧/୨୦ (ସନ୍ଧାନ ନିଉଜ) : ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ୍‍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି। ଶୁଭାରମ୍ଭ ସହିତ ପ୍ରତ୍ୟେକ ଗ୍ରାହକଙ୍କୁ ସର୍ବଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବା ଲାଗି ବିଗତ କିଛି ମାସ ଧରି ଜିଓ ପକ୍ଷରୁ ଏହି ସେବାର ପରୀକ୍ଷଣ କରାଯାଉଥିଲା।
ଜିଓ ୱାଇ-ଫାଇ କଲିଂରେ ଅନେକ ପ୍ରକାରର ସୁବିଧା ମିଳିବ। ଜିଓ ୱାଇ-ଫାଇ କଲ୍‍ କରିବା ପାଇଁ ଗ୍ରାହକମାନେ ଉପଲବ୍ଧ ଯେକୌଣସି ୱାଇ-ଫାଇ ନେଟୱର୍କକୁ ବ୍ୟବହାର କରିପାରିବେ। ଭଏସ ଓ ଭିଡିଓ କଲ ନିରବଚ୍ଛିନ୍ନ ଭାବେ ଭୋଲ୍‍ଟି ଓ ୱାଇ-ଫାଇ ମଧ୍ୟରେ ପରିବର୍ତ୍ତନ ହୋଇପାରିବ ଯାହା ଉନ୍ନତ ଭଏସ/ଭିଡିଓ କଲିଙ୍ଗ ଅନୁଭୂତି ପ୍ରଦାନ କରିବ। ବ୍ୟାପକ ବର୍ଗର ହ୍ୟାଣ୍ଡସେଟ୍‍ରେ ଜିଓର ୱାଇ-ଫାଇ କଲିଂ ସୁବିଧା କାର୍ଯ୍ୟ କରିବ। ଜିଓ ଗ୍ରାହକମାନେ ଭିଡିଓ ୱାଇ-ଫାଇ କଲ କରିପାରିବେ। ଏହି ସମସ୍ତ ସେବା ପାଇଁ ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ ନାହିଁ।
ଏ ସଂକ୍ରାନ୍ତରେ ଶ୍ରୀଯୁକ୍ତ ଆକାଶ ଅମ୍ବାନି, ନିର୍ଦେଶକ, ଜିଓ କହିଛନ୍ତି ଯେ, “ଜିଓରେ ଆମେ ଗ୍ରାହକ ଅନୁଭୂତିକୁ ସମୃଦ୍ଧ କରିବା ଏବଂ ସେମାନେ ଆବଶ୍ୟକ କରୁଥିବା ସବୁ ପ୍ରକାର ସମାଧାନ ଆଣିବା ଲାଗି ନିରନ୍ତର ନୂତନତ୍ୱ ଆଣୁଛୁ। ଏହି ପରିପ୍ରେକ୍ଷୀରେ, ଯେତେବେଳେ ଜିଓ ଗ୍ରାହକ ମାସକୁ ହାରାହାରି ୯୦୦ ମିନିଟରୁ ଅଧିକ ସମୟ ଭଏସ କଲ୍‍ କରୁଛନ୍ତି ଏବଂ ଗ୍ରାହକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି, ସେହି ସମୟରେ ଜିଓ ୱାଇ-ଫାଇ କଲିଂ ସେବାର ଶୁଭାରମ୍ଭ ଯୋଗୁଁ ପ୍ରତିଟି ଜିଓ ଗ୍ରାହକଙ୍କ ଭଏସ କଲିଂ ଅନୁଭୂତିକୁ ଅଧିକ ସମୃଦ୍ଧ କରିବ। ଭାରତର ପ୍ରଥମ ସମ୍ପୂର୍ଣ୍ଣ ଭୋଲ୍‍ଟି ନେଟୱର୍କ ଭାବରେ ଜିଓ ଟେଲିକମ୍‍ କ୍ଷେତ୍ରରେ ସ୍ୱତନ୍ତ୍ର ମାନଦଣ୍ଡ ଧାର୍ଯ୍ୟ କରିସାରିଛି।’’ ଜିଓ ୱାଇ-ଫାଇ କଲିଂ କାର୍ଯ୍ୟକାରୀ କରିବା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଜିଓ ଡଟ୍‍ କମ୍‍/ୱାଇ ଫାଇ କଲିଙ୍ଗରେ ଉପଲବ୍ଧ ରହିଛି। ସର୍ବଭାରତୀୟ ସ୍ତରରେ ଜିଓ ୱାଇ-ଫାଇ କଲିଂ ୨୦୨୦ ଜାନୁଆରି ୭ରୁ ୧୬ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଉପଲବ୍ଧ ହୋଇଯିବ।

Related Posts

About The Author

Add Comment