ରାହୁଲ ଗାନ୍ଧୀ ମୋତେ ପାକିସ୍ତାନ ପଠାଇଥିଲେ: ସିଦ୍ଧୁ

Spread the love

ନୂଆଦିଲ୍ଲୀ, 30/11 (ସନ୍ଧାନ ନିଉଜ) : କଂଗ୍ରେସ ନେତା ତଥା ପଞ୍ଜାବର ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ଶୁକ୍ରବାର କହିଛନ୍ତି କି ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାକିସ୍ତାନ ପଠାଇଥିଲେ। ସେ ଆହୁରି ବି କହିଛନ୍ତି କି ରାହୁଲ ଗାନ୍ଧୀ ହେଉଛନ୍ତି ତାଙ୍କ କ୍ୟାପ୍‌ଟେନ୍‌। ସେ ଯୁଆଡ଼େ ବି ଯାଆନ୍ତି ରାହୁଲଙ୍କ ଅନୁମତି ନେଇ ଯାଆନ୍ତି।

ନଭେମ୍ବର ୨୮ ତାରିଖରେ କର୍ତାରପୁର କରିଡର ଭିତ୍ତିପ୍ରସ୍ତର ଉତ୍ସବରେ ଯୋଗ ଦେବା ପାଇଁ ସିଦ୍ଧୁ ପାକିସ୍ତାନ ଯାଇଥିଲେ। ତାଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିମନ୍ତ୍ରଣ କରିଥିଲେ। ଉତ୍ସବରେ ଭାଷଣ ଦେଇ ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଖୁବ୍‌ ପ୍ରଶଂସା କରିଥିଲେ। କର୍ତାରପୁର ସଂପର୍କରେ କଥା ଉଠିଲେ ଆମ ପର ପିଢ଼ି ଖାନଙ୍କୁ ମନେ ପକାଇବେ ବୋଲି ସିଦ୍ଧୁ କହିଥିଲେ।

ଉଲ୍ଲେଖଯୋଗ, ପୂର୍ବରୁ ଅଗଷ୍ଟ ମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବା ସହ ପାକିସ୍ତାନର ସେନା ମୁଖ୍ୟ ଜେନେରାର ବଜଓ୍ଵାଙ୍କୁ ଆଲିଙ୍ଗନ କରି ବିବାଦରେ ରହିଥିଲେ ସିଦ୍ଧୁ।

Related Posts

About The Author

Add Comment