ରାହାଞ୍ଜ ଟ୍ରକ ଦୁର୍ଘଟଣାର ୫ ମୃତ ଛାତ୍ର-ଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ
|
July 20, 2019 |


କରିଥିଲେ । ଏଥି ସହ ଭୂବନେଶ୍ୱର ଏମସ୍ରେ ଚିକିତ୍ସାଧିନ ଥିବା ଶୀତଲ ସାହୁଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ସ୍ମୃତିସଭାରେ ଯୋଗ ଦେଇଥିବା ଆମନ୍ତ୍ରୀତ ଅତିଥି ନିରାପଦ ସ୍କୁଲ ଯାତ୍ରା, ଟ୍ରାଫିକ ନିୟମାବଳୀ, ସଡ଼କ ସୁରକ୍ଷା ନେଇ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱରୋପ କରିଥିଲେ । ଏହା ବ୍ୟତୀତ ଦୁର୍ଘଟଣା ପରେ ରାହାଞ୍ଜ ନିକଟରେ କୌଣସି ଏକ ସ୍ଥାନରେ ଜାତୀୟ ରାଜପଥ ଉପରେ ଏକ ଗଳାପୋଲ ନିର୍ମାଣ ପାଇଁ ଦାବି ହୋଇଥିଲେ ମଧ୍ୟ ପ୍ରଶାସନିକ ଶିଥିଳତାରୁ ଏହା ହୋଇନଥିବା ଅଭିଯୋଗ କରିଥିଲେ ବହୁ ଅଭିଭାବକ । ତେଣୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା ।