ରାସ୍ତା ମରାମତି ଦାବିରେ ରାସ୍ତାରୋକ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ

Spread the love

ଭବାନୀପାଟଣା, ୧୮/୧୨ (ସନ୍ଧାନ ନିଉଜ) : ଭବାନୀପାଟଣା ସଦର ଥାନା ଅଧୀନସ୍ଥ ମାଣିଙ୍ଗ-ପାଷ୍ଟିକୁଡି-ଦାଦପୁର-ଦେପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି। ଏହାର ମରାମତି ଦାବିରେ ସ୍ଥାନୀୟ ଗ୍ରାମବାସୀ ବୁଧବାର ରାସ୍ତାରୋକ ଆନ୍ଦୋଳନ ଚଳାଇଥିବା ବେଳେ ପୁଲିସ ସେମାନଙ୍କୁ ଉଠାଇ ନେଇଛି।
ସୂଚନାଯୋଗ୍ୟ, ମାଣିଙ୍ଗ-ପାଷ୍ଟିକୁଡି-ଦାଦପୁର-ଦେପୁର ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି କାମପାଇଁ ଟେଣ୍ଡର ହୋଇଥିଲେ ମଧ୍ୟ ତାହା କାର୍ୟ୍ୟକାରୀ ହେଉନାହିଁ। ବାରମ୍ବାର ଦାବି ସତ୍ତ୍ବେ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି। ଏହାର ପ୍ରତିବାଦରେ ଆଜି ଦାଦପୁର ପଞ୍ଚାୟତର ଗ୍ରାମବାସୀ ମାନେ ଦାଦପୁର ଛକ ଠାରେ ରାସ୍ତା ରୋକ କରିଥିଲେ। ଫଳରେ ଦୁଇ ପାର୍ଶ୍ବରେ ବହୁ ସଂଖ୍ୟକ ଯାନବାହାନ ଅଟକି ରହିଥିଲା। ଖବର ପାଇ ସଦର ପୁଲିସ, ତହସିଲଦାର ଏବଂ ପୂର୍ତ୍ତ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଯେ ପର୍ଯ୍ୟନ୍ତ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଘଟଣାସ୍ଥଳକୁ ନ ଆସିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିବା ପରେ ପୁଲିସ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା।

Related Posts

About The Author

Add Comment