ରାଉରକେଲା,୧୩/୦୬ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲାର ଦୁଇଟି କଲେଜ ଗାନ୍ଧୀମହାବିଦ୍ୟାଳୟ ଓ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ପାର ହେଉଛନ୍ତି । ସେହିପରି ଗାନ୍ଧି ମହାବିଦ୍ୟାଳୟକୁ ଲାଗି ଉତ୍କଳମଣୀ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି । ଏହି ୩ଟିି ଶିକ୍ଷାନୁଷ୍ଠାନରେ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଉଭୟ ଶିକ୍ଷାନୁଷ୍ଠାନର ଦୂରଦୂରାନ୍ତରୁ ପ୍ରତିଦିନ ଅଟୋ କି୍ମ୍ବା ବସରେ ଛାତ୍ରଛାତ୍ରୀମାନେ ଯାତାୟତ କରୁଛନ୍ତି । ଛାତ୍ରଛାତ୍ରୀମାନେ ବସ କିମ୍ବା ଅଟୋରେ ଯାଇ ରାସ୍ତା ପାଶ୍ୱର୍ରେ ଓହ୍ଲାଇ ମହାବିଦ୍ୟାଳୟକୁ ଯାଉଥିବାବେଳେ ଓ କଲେଜ ଛୁଟି ହେବା ପରେ ରାସ୍ତା କଡ଼ରେ ଛିଡ଼ା ହୋଇ ଅଟୋ ଓ ବସକୁ ଅପେକ୍ଷା କରିଥାନ୍ତି । କିଛି ଛାତ୍ରଛାତ୍ରୀ ଚାଲି ଚାଲି ନିଜ ଘରକୁ ଫେରିଥାନ୍ତି । ତେବେ ସେହି ରାସ୍ତାରେ ଅସଂଖ୍ୟା ଯାନବାହାନ ଚଳାଚଳ ଅହରହ ଦ୍ରୁତଗତିରେ ଯାତାୟତ କରିଥାଏ । କଲେଜ ନିକଟରେ ଓ ଦୁର୍ଘଟଣାପ୍ରବଣ ସ୍ଥାନମାନଙ୍କରେ ସଂପୃକ୍ତ ବିଭାଗ ପକ୍ଷରୁ ସତର୍କତା ସୂଚନା ଫଳକ ଲଗାଯାଇନାହିଁ । ଶିକ୍ଷାନୁଷ୍ଠାନ ପାଖରେ ବହୁତ ଲୋକ ଦୁର୍ଘଟଣା ଘଟିବାର ନଜିର ମଧ୍ୟ ରହିଛି । ସବୁ ସମୟରେ ସେହି ରାସ୍ତାରେ ଅସଂଖ୍ୟା ଯାନବାହନ ଚଳାଚଳ କରିବା ଏବଂ ରାସ୍ତାରେ ଉଭୟ ଶିକ୍ଷାନୁଷ୍ଠାନ ସମ୍ମୁଖରେ ସ୍ୱିଡ଼ବ୍ରେକର ସଙ୍କେତ ଚିହ୍ନ ଲଗାଇବା ପାଇଁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।
ରାସ୍ତା ପାଶ୍ୱର୍ରେ କଲେଜ ଓ ସ୍କୁଲ : ଦୁର୍ଘଟଣାକୁ ଆମନ୍ତ୍ରଣ,ବିପଦରେ ବିଦ୍ୟାର୍ଥୀ !

Related Posts
ମମିତା ହତ୍ୟାକାଣ୍ଡର ସ୍ୱତନ୍ତ୍ର ନ୍ୟାୟ ଦାବିରେ ସବଡେଗା ବିଜେପି ମଣ୍ଡଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଭଦ୍ରକ ଜିଲ୍ଳା ରିଟେଲର ସଂଘର ବୈଠକ ୨୬ରେ ବିଧାନସଭା ଘେରାଓ ନିଷ୍ପତି
କୋରାପୁଟରୁ ଧରାପଡ଼ିଲା ସାତ କୋଟି ନବେ ଲକ୍ଷ ଟଙ୍କାର ନକଲି ନୋଟ! ୩ ଗିରଫ, ଚାଲାଣ ହେଉଥିଲା ବିଶାଖା ପାଟନମ୍


