ରାସ୍ତାର ଫାଟ ସାଜିଛି ଦୁର୍ଘଟଣା ର କାରଣ

Spread the love

ଚାନ୍ଦବାଲି: (ସନ୍ଧାନ ନ୍ୟୁଜ/ପ୍ରଶାନ୍ତ ବାରିକ୍) : ଆରଡ଼ି -ତିହିଡି ମୁଖ୍ୟ ରାସ୍ତା ମଝିରେ ଫାଟ ଅନେକ ଦୁର୍ଘଟଣାର କାରଣ ସାଜିଛି । ସୂଚନାନୁଜାୟୀ ଆରଡ଼ି ରୁ ତିହିଡି କୁ ଯାଇଥିବା ରାସ୍ତା ବନ୍ୟା ଜଳ ଯୋଗୁ ଦୁଇ ପାଖ ଧୋଇ ଯିବା ସହିତ ତଳ ପାଖରୁ ମାଟି ଧସି ଯିବା ଫଳରେ ଢଳେଇ ଫାଟି ମଝିରେ ମଝିରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଛି। ଏହି ରାସ୍ତା ବାଙ୍କସହି, ଉପରଦୂମୁକା, ତାଳଦୂମୁକା, ନାନ୍ଦପୂର୍, କୋଇଲେଖା, ଇସ୍ୱରପୁର ଦେଇ ଯାଇଥିବାରୁ ପ୍ରତିଦିନ ହଜାର ହଜାର ଲୋକ ଯାତାୟାତ ରେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଅଜଣା ବା ପ୍ରଥମ ଥର ଦେଇ ଏହି ରାସ୍ତା ଦେଇ ଆଖଣ୍ଡଳମଣି ଯାଉଥିବା ଯାତ୍ରୀ ଦୁର୍ଘଟଣାରେ ସ୍ଵୀକାର ହେବାକୁ ପଡୁଛି। ଏହି ରାସ୍ତା ଆଖଣ୍ଡଳମଣି ପୀଠକୁ ଏକମାତ୍ର ରାସ୍ତା ହୋଇଥିବାରୁ ପ୍ରତିଦିନ ଶହ ଶହ ଯାନବାହନ ଚଳାଚଳ ହୋଇଥାନ୍ତି। ରାତ୍ରି କାଳରେ ମଧ୍ୟ ଯାତ୍ରା କରିବା ଅସମ୍ଭବ ହେଉଛି। ବୟସ୍କ ଲୋକ ଏବଂ ଛୋଟ ଛୋଟ ପିଲା ମାନେ ସାଇକେଲ ରେ ଯାତାୟାତ କରିବା ସୁରକ୍ଷିତ ମନେ କରୁନାହାଁନ୍ତି। ଉକ୍ତ ଗ୍ରାମବାସି ମାନେ କହିବାନୁଜୟୀ ବହୁତ୍ ଦିନ ପୂର୍ବରୁ ଏହି ରାସ୍ତା ରେ ଅଳ୍ପ ଫାଟ ସୃଷ୍ଟି ହେବା ଦେଖିବାକୁ ମିଳିଥିଲା। ବନ୍ୟା ଜଳ ଏହି ରାସ୍ତା ଉପର ଦେଇ ପ୍ରବାହିତ ହେବା ଫଳରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ପ୍ରଶାସନ ର ଏହା ନଜର ରେ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବ

Related Posts

About The Author

Add Comment