ରାମ କୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

Spread the love

ଯାଜପୁର ୧୫.୧୨.୨୦୨୨ (ସନ୍ଧାନ ନିଉଜ): ମଣିଷ ଯେତେ ପାଠ ପଢିଲେ ମଧ୍ୟ ଶାରୀରିକ ଭାବରେ ସୁସ୍ଥ ନ ରହିଲେ ଜୀବନରେ କୌଣସି କ୍ଷେତ୍ରରେ ଅଗ୍ରଗତି କରିବାରେ ସକ୍ଷମ ହୋଇ ନଥାଏ । କ୍ରୀଡା ଦ୍ୱାରା ଜଣେ ନାଗରିକ ଶୃଙ୍ଖଳିତ ତଥା ନିରାମୟ ଜୀବନ ଅତିବାହିତ କରେ । ରାମ କୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ୪୩ ତମ କ୍ରୀଡା ଉତ୍ସବରେ ଉପସ୍ଥିତ ଅତିଥିମାନେ ମତାମତ ଦେଇଥିଲେ ଗତ ତା-୧୨.୧୨.୨୦୨୨ ରିଖ (ସୋମବାର) ଠାରୁ ତା ୧୪.୧୨.୨୦୨୨ରିଖ (ବୁଧବାର) ପର୍ଯ୍ୟନ୍ତ ଏହି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସ୍ୱାଇଁ ଯୋଗ ଦେଇ ପିଲା ମାନଙ୍କୁ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଶ୍ରୀଯୁକ୍ତ ରବିନ୍ଦ୍ର ମୋହନ ରଥ,ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ନାୟକ, ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଇତ୍ୟାଦି ଙ୍କ ଉପସ୍ଥିତରେ ଓ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପୀୟୁଷ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ତିନିଦିନ ବ୍ୟାପି ହେଉଥିବା ଏହି କ୍ରୀଡା ଉସ୍‌ବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଂସା ଜନକ ହୋଇ ଥିଲା । କ୍ରୀଡା ଶିକ୍ଷୟତ୍ରୀ ସ୍ୱର୍ଣ୍ଣ ମଂଜରୀ ଦଳାଇ ମୁଖ୍ୟ ଦାୟିତ୍ୱ ତୁଲାଇ ଥିଲେ ସିନିୟର ବାଳକ ବିଭାଗର ଚମ୍ପିୟନସରୋଜ କୁମାର ମଲ୍ଲିକ ଓ ବାଳିକ ସିନିୟର ବିଭାଗର ଚମ୍ପିୟନ ଇତିଶ୍ରୀ ସାହୁ ଏବଂ ଜୁନିୟର ବାଳିକା ବିଭାଗର ସୁଭଦ୍ରା ମହାନ୍ତି ଓ ଜୁନିୟର ବଙ୍କଳ ବିଭାଗର ମହେଶ ସାହୁଙ୍କୁ ଅତିଥି ମାନେ ଟ୍ରଫି ପ୍ରଦାନ କରି ଶୁଭାର୍ଶିବାଦ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଉତ୍ସ୍‌ହ ଓ ଉଦ୍ଦୀପନା ରେ କାର୍ଯ୍ୟ କ୍ରମ ଟି ସଫଳ ହୋଇଥିଲା ।

Related Posts

About The Author

Add Comment