ରାଫେଲ୍‌ ଚୁକ୍ତି ସଂପର୍କିତ ତଥ୍ୟ ପ୍ରକାଶ ଲାଗି ସୁପ୍ରିମ୍‌କୋର୍ଟରେ ମାମଲା: ଶୁଣାଣି ଅକ୍ଟୋବର ୧୦ରେ

Spread the love

ନୂଆଦିଲ୍ଲୀ ୮/୧୦(ସନ୍ଧାନ ନିୟୁଜ): ସୁପ୍ରିମକୋର୍ଟରେ ରାଫେଲ୍‌ ବିମାନ କ୍ରୟ ନେଇ ଏକ ମାମଲା ରୁଜୁ ହୋଇଛି। ଆଇନଜୀବୀ ବିନେତ୍‌ ଧାଣ୍ଡାଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ଜନସ୍ୱାର୍ଥ ମାମଲାରେ ଆବେଦନକାରୀ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି କି, ରାଫେଲ୍‌ ବିମାନରେ ଦର ଏବଂ ଏହାର ଖରିଦ୍‌ ନେଇ ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଚୁକ୍ତି ସଂପର୍କିତ ସମସ୍ତ ତଥା ସରକାର ପ୍ରକାଶ କରନ୍ତୁ।

ସୁପ୍ରିମକୋର୍ଟ ଏହି ଆବେଦନକୁ ବିଚାର ଲାଗି ଗ୍ରହଣ କରି ଅକ୍ଟୋବର ୧୦ ତାରିଖରେ ଏହାର ଶୁଣାଣି କରାଯିବ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ କି ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ଲାଗି ଚୁକ୍ତି କରିଛନ୍ତି। କଂଗ୍ରେସ ପକ୍ଷରୁ ଦାବି ହେଉଛି କି ଏହିି ଚୁକ୍ତିରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଅଧିକ ଦରରେ ଫ୍ରାନ୍ସଠାରୁ ରାଫେଲ୍‌ ବିମାନ କିଣୁଛନ୍ତି ଏନ୍‌ଡିଏ ସରକାର । ଏହି ପ୍ରତିରକ୍ଷା ସାମଗ୍ରୀ କ୍ରୟ ଚୁକ୍ତିର ତଦନ୍ତ ଏକ ଯୁଗ୍ମ-ପାର୍ଲାମେଣ୍ଟୋରି କମିଟି ଦ୍ୱାରା କରାଇବାକୁ କଂଗ୍ରେସ ଦାବି କରୁଛି। ଏହି କାରବାରରେ ସମୀକ୍ଷା ସିଏଜିଙ୍କ ଦ୍ୱାରା କରାଯିବାକୁ ମଧ୍ୟ ଦାବି କରିଛି କଂଗ୍ରେସ।

କଂଗ୍ରେସ ରାଫେଲ୍‌ ଚୁକ୍ତିକୁ ଦେଶର ଇତିହାସରେ ସବୁଠାରୁ ବଡ଼ ଡିଫେନ୍ସ ସ୍କାମ୍‌ ବୋଲି ଅଭିହିତ କରିଛି। ଏହି ଚୁକ୍ତି ଦ୍ୱାରା ଦେଶର ରାଜକୋଷ ୪୨,୨୦୫ କୋଟି କ୍ଷତି ସହିବ ବୋଲି ଅଭିଯୋଗ କରିଛି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଛି । ଏହି ଚୁକ୍ତିର ପାର୍ଲାମେଣ୍ଟାରି କମିଟି ଏବଂ ସିଏଜି ତଦନ୍ତର ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି।

Related Posts

About The Author

Add Comment