ରାଜ୍ୟରେ ପିଲା‌ ଚୋର ଆତଙ୍କ

Spread the love

ଢ଼େଙ୍କାନାଳ, 28.01.2021 (ସନ୍ଧାନ ନିଉଜ୍): ରାଜ୍ୟରେ ପିଲା​‌ ଚୋର ଆତଙ୍କ। ପିଲା ଚୋର ସନ୍ଦେହରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଖାଲି ସେତିକି ନୁହେଁ, ସନ୍ଦିଗ୍ଧ ବ୍ୟକ୍ତିଙ୍କଠାରୁ ଅଖା ଏବଂ ବ୍ଲେଡ୍‌ ମଧ୍ୟ ଜବତ ହୋଇଛି। ଢ଼େଙ୍କାନାଳ ଜିଲ୍ଲା ସଦହ ଥାନା ଅନ୍ତର୍ଗତ କଙ୍କଡାହାଡ ପଞ୍ଚାୟତର ନମିଚିରା ଅଞ୍ଚଳରେ ଏହି ବ୍ୟକ୍ତିଙ୍କୁ ଗ୍ରାମୀବାସୀ କାବୁ କରିଛନ୍ତି। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଢ଼େଙ୍କାନାଳ ଥାନା ଅଧିକ କଙ୍କଡାହାଡ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ଏ ନେଇ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ପରେ ଭାପୁର ପାଣ୍ଡି ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା।  ଏହି ଘଟଣାକୁ ଭାପୁର ପୋଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, କଙ୍କଡାହାଡ ପଞ୍ଚାୟତ ନମିଚିରା ନିକଟରେ ଥିବା ଏକ କ୍ରସର ନିକଟରରୁ ଗାଁ ଅଭିମୁଖେ ଏହି ବ୍ୟକ୍ତି ଯାଉଥିଲେ।  ଏହି ବ୍ୟକ୍ତିର କାର୍ଯ୍ୟାକଳାପ ଦେଖି ସ୍ଥାନୀୟ ଲୋକେ ସନ୍ଦେହ କରିଥିଲେ। ଏହି ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଡାକିବାରୁ ସେ ଖସି ଯିବାକୁ ଚେଷ୍ଟା କରିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ।

Related Posts

About The Author

Add Comment