ଭୁବନେଶ୍ୱର,୧୪/୦୪ (ସନ୍ଧାନ ନିୟୁଜ) : ରାଜ୍ୟରେ କୋଭିଡ-୧୯ ପଜିଟିଭଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ସୋମବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ନୂତନ କୋଭିଡ-୧୯ ପଜିଟିଭ୍ ଜଣେ ୩୫ ବର୍ଷୀୟ ଯୁବକ। ତାଙ୍କ ଘର ବମିଖାଲ ଅଞ୍ଚଳରେ। ସେ ପୂର୍ବରୁ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାରୁ ତାଙ୍କ ନମୁନା ପଜିଟିଭ ଆସିଛି। ଶ୍ରୀ ବାଗଚୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ମୋଟ ୫୫ ଜଣ କୋଭିଡ-୧୯ ପଜିଟିଭଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୪୧ ଜଣ ଚିକିତ୍ସାଧୀନ ଅଛନ୍ତି। ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ସାରିଛି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ ଛୁଇଁଲା
|
April 14, 2020 |
![](https://sandhannews.com/wp-content/uploads/2020/04/IMG-20200412-WA0055.jpg)