ରାଜଧାନୀରେ ଡ୍ରେନ୍‌ରେ ଭାସି ନାବାଳକରେ ମୃତ୍ୟୁ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏହାଠାରୁ ବଡ଼ ଲଜ୍ୟାର ବିଷୟ ଆଉ କଣ ହୋଇପାରେ

Spread the love

ଭୁବନେଶ୍ୱର, 20/09/2021 (ସନ୍ଧାନ ନିଉଜ): ରାଜଧାନୀ ମୁବନେଶ୍ୱରରେ ଡ୍ରେନ୍‌ରେ ଭାସିଯାଇ ଦଶମ ଶ୍ରେଣୀ ଛାତ୍ର ଜ୍ୟୋର୍ତିମୟଙ୍କ ମୃତ୍ୟୁ ହେବା ପରେ ତେଜିଛି ରାଜନୀତି । ପ୍ରତି ମହଲରୁ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଦାୟୀ କରାଯାଉଥିବା ବେଳେ ବର୍ତ୍ତମାନ ପୁଣି ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରି ଟାର୍ଗେଟ କରିଛି ଏବିଭିପି ।

ଏବିଭିପି ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରାଯାଇଛି । ସ୍ମାର୍ଟସିଟିରେ ଏଭଳି ଦୁର୍ଦଶା ଯେ ଡ୍ରେନ୍ ରେ ଭାସି ଯାଇ ଜଣେ ନାବାଳକର ମୃତ୍ୟୁ ହେଉଛି ଏହାଠାରୁ ଲଜ୍ୟାକର ବିଷୟ ରାଜ୍ୟସରକାରଙ୍କ ପାଇଁ ଆଉ କିଛି ନହୋଇପାରେ ବୋଲି ଏବିଭିପି ପ୍ରତିକ୍ରିୟା ରଖିଛି ।

ତେବେ ପୂର୍ବରୁ କଟକର ସ୍ଥିତି ଶୋଚନୀୟ ଥିବା ବେଳେ ଏବେ ରାଜଧାନୀ ଭୁବନେଶ୍ୱର ମଧ୍ୟ ଟିକିଏ ବର୍ଷାରେ ବେହାଲ ହୋଇପଡୁଛି । ମାତ୍ର ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି ଯାହାଫଳରେ ଏଭଳି ସ୍ଥିତି ଉପୁଜୁଛି ।

କେବଳ ସ୍ମାର୍ଟସିଟି ସାର୍ଟିଫିକେଟ ନଧରି ଡ୍ରେନେଜ୍ ସିଷ୍ଟମ ସୁଧାରିବାର ଆବଶ୍ୟକତା ରହିଛି ଏବଂ ଏହି ସମସ୍ୟା ଉପରେ ରାଜ୍ୟ ସରକାର ତୁରନ୍ତ ଧ୍ୟାନ ଦିଅନ୍ତୁ ବୋଲି ସଂଗଠନ ପକ୍ଷରୁ ଦାବି କରାଯାଇଛି ।

Related Posts

About The Author

Add Comment