ବାଲିଗୁଡା,25/12.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ କୁ ଏନ୍ଏସି ଘୋଷଣା ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ରାଇକିଆ ଜିଲ୍ଲାର ଏକ ପ୍ରମୁଖ ଦୃତ ପ୍ରଗତିଶୀଳ ସହର ହୋଇଥିବା ବେଳେ ଦିନକୁଦିନ ସହରବାସୀ ଆବଶ୍ୟକ ଅନୁଯାୟୀ ସାଧାରଣ ସୁବିଧା ପାଇ ପାରୁନାହାନ୍ତି। ରାଇକିଆ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀଭାବେ ବେଶ୍ ଖ୍ୟାତ ରହିଛି। ଦିନକୁଦିନ ବଢ଼ୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ରାଇକିଆ ସହରର ବିକାଶ ତଥା ଜରୁରୀ ଆବଶ୍ୟକ ପାଇଁ ପଞ୍ଚାୟତ ଅନୁଦାନ ଯଥେଷ୍ଟ ହୋଇ ପାରୁନାହିଁ। ବିଶେଷ କରି ପାନୀୟବ ଜଳ ଯୋଗାଣ ବ୍ୟବସ୍ଥା ୪୦ବର୍ଷ ତଳରପୁରୁଣା ଯୋଜନାରେ ଚାଲିଛି। ସବୁ ଘରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ରାସ୍ତା ଘାଟ ନିର୍ମାଣ ମଧ୍ୟ ଆବଶ୍ୟକ ଅନୁଯାୟୀ ହୋଇପାରୁନାହିଁ। ରାଜସ୍ୱ ବିଭାଗ ତରଫରୁ ଭୁସମ୍ପତି ମୂଲ୍ୟାଙ୍କନ ସହରାଂଚଳ ଭାବେ କରାଯାଉଥିଲେ ମଧ୍ୟ ଏନ୍ଏସିର ମାନ୍ୟତା ମିଳିପାରୁନାହିଁ।ପରିମଳ ବ୍ୟବସ୍ଥା, ବିଦ୍ୟୁତ କରଣୀ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ଆବାସିକ ଯୋଜନା ଇତ୍ୟାଦି ଉନ୍ନୟନ କାର୍ଯ୍ୟ ଅଗ୍ରଗତି ହୋଇପାରୁନାହିଁ। ରାଇକିଆକୁ ପାନିୟଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ, ପରିମଳ ବ୍ୟବସ୍ଥା, ବିଦ୍ୟୁତ କରଣ, ସ୍ୱାସ୍ଥ୍ୟସେବା, ଆବାସିକ ଯେଜନାର ଇତ୍ୟାଦିରେ ଅଗ୍ରଗତି ହୋଇପାରୁନାହିଁ। ଏଭଳି ସ୍ଥଳେ ରାଇକିଆକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ମାନ୍ୟତା ସହ ସ୍ୱୀକୃତି ପ୍ରଦାନ ପାଇଁ ଦାବି କରି ଆଜି ରାଇକିଆ କ୍ରିୟାନୁଷ୍ଠାନ କମିଟିର କମକର୍ତ୍ତା ମାନେ କନ୍ଧମାଳ ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କମିଟିର ସଭାପତି ସତ୍ୟବାନ ପାତ୍ରଙ୍କ ନେତୃତ୍ୱରେ ସଂପାଦକ ମୋସେଲ୍ଫ ଦିଗାଲ, ଉପସଭାପତି ପ୍ରିତମ ଚନ୍ଦ୍ର ପ୍ରଧାନ, ଦୁର୍ଯ୍ୟୋଧନ ଲେଙ୍କା, ପରାମର୍ଶଦାତା ନୃସିଂହ ଚରଣ ଶତପଥୀ, ସୁକାନ୍ତ କୁମାର ପଣ୍ଡା ଓ ବିଧାୟକ ପ୍ରତିନିଧି ସୁଶୀଳ ଦିଗାଲ ପ୍ରମୁଖ ସାମିଲ୍ ହୋଇଥିଲେ।
ରାଇକିଆ ଏନ୍ଏସି ମାନ୍ୟତା ଦାବି: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
|
December 25, 2020 |



