ରହନିଆ ସରପଞ୍ଚ କୁ ସମ୍ବର୍ଦ୍ଧନା

Spread the love

ମାହାଙ୍ଗା, ୧୩/୦୬ (ସନ୍ଧାନ ନିଉଜ) ସରପଞ୍ଚ ସମସ୍ତେ ହୋଇଥାନ୍ତି କିନ୍ତୁ ଗୋଟେ ନିଆରା ଢଙ୍ଗର ସରପଞ୍ଚ ଦେଖିବାକୁ ମିଳିଥାଏ କିଛି ଲୋକଙ୍କ ପାଖରେ ,ସେ ହେଉଛନ୍ତି ରହାନିଆ ର ସରପଞ୍ଚ କାର୍ତ୍ତିକ ଜେନା ମହୋଦୟ,ନିକଟରେ ସେ କଟକ ଚୌଦ୍ଵାର ର ପ୍ରଗତି ଫାଉଣ୍ଡେସନ ତରଫରୁ ମାହାଙ୍ଗା ବ୍ଲକ୍ ର ଏକମାତ୍ର ନିଷ୍ଠାପର ,କର୍ତ୍ତବ୍ୟ ପରାୟଣ ସରପଞ୍ଚ ଭାବରେ corona ଯୋଦ୍ଧା ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ,ଏହି corona ସମୟରେ ସେ ଦିନରାତି ଅକ୍ଲାନ୍ତ ପରିଶ୍ରମ କରି ଲୋକମାନଙ୍କ ସେବା କରିବାରେ କେବେ ପଛଘୁଞ୍ଚା ଦେଇ ନାହାନ୍ତି,ଏଣୁ ଆଜି ଆମ୍ବେଦକର ବିକାଶ ଲୋହିଆ ମଞ୍ଚ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା,କାର୍ତ୍ତିକ ଜେନା ଜଣେ କର୍ତ୍ତବ୍ୟ ନିଷ୍ଟ ସରପଞ୍ଚ,ତାଙ୍କ କାର୍ଯ୍ୟ ଦକ୍ଷତା,ଲୋକ ସମ୍ପର୍କ,ଏବଂ ପରୋପକାରୀ ମନୋଭାବ ପାଇ ଆଜି ସେ ସାରା ମାହାଙ୍ଗା ବ୍ଲକ୍ ରେ ଜଣେ ଲୋକପ୍ରିୟ ସରପଞ୍ଚ ଭାବେ ପରିଗଣନ ହୋଇଛନ୍ତି,ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଜେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାନ୍ୟବର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଙ୍କ କର୍ମ ଶୈଳୀ ରେ ଅନୁପ୍ରାଣିତ ହୋଇ ସେ ଲୋକମାନଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି।ଏହି କାର୍ଯ୍ୟକ୍ରମ ରେ ବାବୁଲି ଜେନା,ରଞ୍ଜିତ ଜେନା,ଶ୍ରୀନିବାସ ନାୟକ,ଧନାଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Posts

About The Author

Add Comment