ରସୁଲପୁର ବ୍ଲକ ଅଂଚଳରେ ବିଏସଏନଏଲ ସେବା ଠପ୍, ସରକାରୀ ସେବା ବ୍ୟାହତ

Spread the love

ରସୁଲପୁର,୧୪ /୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅଂଚଳରେ ବିଏସଏନଏଲ ସେବା ଠପ୍ ୍ହୋଇଯାଇଛି । ବ୍ଲକ ଅଂଚଳରେ ଏହି ସମସ୍ୟା ମାସାଧିକ କାଳ ଲାଗିରହିଛି । ଫଳରେ ସରକାରୀ ସେବା ବ୍ୟାହତ ହୋଇଛି । ଏ ନେଇ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ପକ୍ଷରୁ ବହୁବାର ଉଚ୍ଚପଦସ୍ଥ ଅଧିକାରୀଙ୍କ ନଜରକୁ ଅଣାଯାଇଛି । ମାତ୍ର ସମସ୍ୟା ସମାଧାନ ହୋଇପାରୁ ନାହିଁ । ଓଡିଶା ଜନସେବା ଅଧିକାର ଆଇନ ଉଲଙ୍ଘନ ହେଉଛି ।
ମିଳିଥିବା ସୂଚନା ମୁତାବକ ୧୬ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁଛି । ଏହି ସମୟରେ ମାଟିତଳେ ଯାଇଥିବା ବିଏସଏନଏଲ କେବୁଲ ଛିଡି ଯାଇଛି । ଏଭଳି ସମସ୍ୟା ମାସାଧିକ କାଳ ଲାଗି ରହିଛି । ରସୁଲପୁର ତହସିଲର ଦୈନନ୍ଦିନ କାର୍ଯ୍ୟରେ ବାଧା ଉପୁଯିଛି । ଓଡିଶା ଲୋକସେବା ଅଧିକାର ଆଇନ ଅନୁଯାଇ ଜାତିଗତ, ଆୟଗତ, ଉତ୍ତରାଧିକାରୀ ଜନିତ ପ୍ରମାଣପତ୍ର, ଘରବାଡି ପଟ୍ଟା, ଦାଖଲଖାରଜ, ଜମିଭାଗ ବଂଟା ଆଦି ସେବା ପ୍ରଦାନ ପୁରାପୁରି ଠପ୍ ହୋଇଯାଇଛି । ଏ ଦିଗରେ ରସୁଲପୁର ତହସିଲଦାର ଶ୍ରୀ ଭୁଜବଳଙ୍କ ପକ୍ଷରୁ ଉକ୍ତ କାର୍ଯ୍ୟ ପାଇଁ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିବା ଓସ୍ୱାନ କଂପାନୀ, ବିଏସଏନଏଲ, ଏସଡିଓ, ଯାଜପୁର ଜିଲା ଉପ-ଜିଲାପାଳ, ଅତିରିକ୍ତ ଜିଲାପାଳଙ୍କୁ ଅବଗତ ଗତ ସପ୍ତାହରୁ ଅବଗତ କରାଇ ଆସୁଛନ୍ତି । ହେଲେ ଏ ଦିଗରେ କୌଣସି ସୁଧାର ଆସିପାରୁନାହିଁ । ଲୋକଙ୍କୁ ଅତ୍ୟାବଶକୀୟ ସୁବିଧା ମିଳିପାରୁ ନାହିଁ । ସମାସ୍ୟାର ସାମୟିକ ସମାଧାନ ପାଇଁ ତହସିଲଦାରଙ୍କ ପକ୍ଷରୁ ଜିଓ ଡିଭାଇସର ସହାୟତା ନିଆଯାଇଛି । ଏହାଦ୍ୱାରା ପ୍ରମାଣପତ୍ର ପ୍ରଦାନ ଜନିତ ସମସ୍ୟା ସମାଧାନ ହୋଇପାରୁଛି । ମାତ୍ର ଜମିଜମା ସଂପର୍କିତ ଜାବତୀୟ ସମସ୍ୟା ଓସ୍ୱାନ ସାଇଟ୍ରେ ଉପଲବ୍ଧ ରହୁଛି । ବିଏନଏନଏଲ ସେବା ଠପ୍ ହେବା ଯୋଗୁଁ ଏହି ସାଇଟ୍ ଉପଲବ୍ଧ ହେଉନାହିଁ । ଫଳରେ ଜନ ସେବା ଅଧିକାର ଆଇନ ପରିସରଭୂକ୍ତ ସେବା ନିର୍ଦ୍ଧାରିତ ସେବା ସଠିକ୍ ସମୟରେ ଲୋକଙ୍କୁ ପ୍ରଦାନ କରାନଗଲେ ସରକାରୀ ବାବୁଙ୍କୁ ତଣ୍ଡ ଗଣିବା ଭୟ ରହିଛି । ସେହି ମୁତାବକ ରସୁଲପୁର ତହସିଲ ପକ୍ଷରୁ ଧର୍ମଶାଳା ତହଜସିଲ ଉପରେ ନିର୍ଭର କରିବାକୁ ପଡୁଛି । ଗତ କିଛିଦିନ ମଧ୍ୟରେ ଏହି ତହସିଲ ପକ୍ଷରୁ ୬୦ରୁ ଉର୍ଦ୍ଧ ସମସ୍ୟା ସମାଧାନ ହୋଇପାରିଛି । ଏବେ ସମାନ ସମାସ୍ୟା ରସୁଲପୁର ବ୍ଲକରେ ଦେଖାଦେଇଛି । ଏହା ଦ୍ୱାରା ଜନସାଧାରଣଙ୍କ ସମାସ୍ୟା ସମାଧାନ ହୋଇପାରୁ ନାହିଁ । ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ ଯଦି ତହସିଲଦାରଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ । ତେବେ ସାଧାରଣ ଲୋକଙ୍କ ସମସ୍ୟା କେମିତି ସମାଧାନ ହେଉଥିବା ତା ବୁଝାପଡୁଛି । ଉକ୍ତ ସମସ୍ୟାର ସମାଧାନ ଦିଗରେ ଧ୍ୟାନ ଦିଆଯିବାକୁ ସାଧାରଣରେ ଦାବି ହେଉଛି । ଏଥିସହ ସେବା ପ୍ରଦାନ ଅବହେଳା କରୁଥିବା ବିଏସଏନଏଲ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Report-J rout

Related Posts

About The Author

Add Comment