ଯାଜପୁର, ୧୫/୦୮/୨୦୨୦ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବାଲିସାହି ନିକଟସ୍ଥ ଗୋପଛକରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଯୁବ ସମାଜସେବୀ ଦୀପକ କୁମାର ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ସାମାଜିକ ଦୂରତା ରକ୍ଷା କରି କରୋନା କଟକଣାକୁ ମାନି ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପସ୍ଥିତ ଥିବା ସାଥୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଲେ ଭାରତର ସ୍ୱାଧୀନତ ଆନେ୍ଦାଳନରେ ଶ୍ରୀକ୍ଷେତ୍ରର ବୀର ଜୟୀ ରାଜଗୁରୁ ଓ ଚାଖିଖୁଣ୍ଟିଆଙ୍କ ଅବଦାନ ଚିରସ୍ମରଣୀୟ । ଓଡ଼ିଶା ସ୍ୱାଧୀନତା ଆନ୍ଦୋଳନର ଏନ୍ତୁଡ଼ିଶାଳ । ପଞ୍ଚସଖା ଠାରୁ ଆରମ୍ଭ କରି ବୀର ସୁରେନ୍ଦ୍ର ସାଏ, ବାଜି ରାଉତ, ତାପଙ୍ଗ ଦଳ ବେହେରା, ଲକ୍ଷ୍ମଣ ନାୟକ, ମାଳତୀ ଚୌଧୁରୀ ଆଦି ଓଡ଼ିଶାରେ ସ୍ୱାଧୀନତା ଆନେ୍ଦାଳନକୁ ଆଗେଇ ନେଇଥିଲେ । ଯେଉଁମାନେ ଆମକୁ ସ୍ୱାଧୀନତା ଦେଇଛନ୍ତି ସେମାନେ ଆମର ଚିରନମସ୍ୟ । ଓଡ଼ିଶାର ମହାନମଣିଷ ମାନେ ଅଗଷ୍ଟ ବିପ୍ଳବ ବହ୍ନିକୁ ପ୍ରଜ୍ୱଳିତ କରିଥିଲେ । ଆମକୁ ଅସହିଷ୍ଣୁତା ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ । ବର୍ତ୍ତମାନ ଭାରତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି । ଏଥିରେ ଓଡ଼ିଶାର ଅବଦାନ ଅତୁଳନୀୟ । ଆତଙ୍କ ବାଦର ସଫଳ ମୁକାବିଲା କରି ଓଡ଼ିଶା ଏବେ ବିକଶିତ ପଥରେ ।




