ବଡ଼ଚଣା, (ସନ୍ଧାନ ନ୍ୟୁଜ) ବଡ଼ଚଣା ଥାନା ଖଇରା ଗ୍ରାମର ବୈକୁଣ୍ଠ ବରଲଙ୍କ ଝିଅ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳୁଛି । ଖବରରୁ ଜଣା ପଡ଼ିଛି ଆଜି ସକାଳେ ଯୁବତୀ ଜଣଙ୍କ ଘରେ କୌଣସି କାରଣରୁ ରସି ଲଗାଇ ଦେଇଥିଲା । ପରିବାର ଲୋକେ ତାକୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ବଡ଼ଚଣା ଥାନାକୁ ଖବର ଦେଇଥିଲେ । ଥାନାଧିକାରୀ ଜଗଦୀଶ କରଙ୍କ ନିର୍ଦେଶ କ୍ରମେ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଶବ ଜବତକରିଛନ୍ତି । ଥନାପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ବ୍ୟବଚ୍ଛେଦ ପରେ ଜଣା ପଡିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ମୃତ ଯୁବତୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳଙ୍କ ଝିଆରୀ ବୋଲି ଜଣା ପଡ଼ିଛି
ଯୁବତୀଙ୍କ ଆତ୍ମହତ୍ୟା
|
March 19, 2026 |



