ରାଉରକେଲା, ୨୩/୦୧/୨୦ (ସନ୍ଧାନ ନିଉଜ) : ବସ ଓଲଟିv15 ଜଣ ଯାତ୍ରୀ ଆହତ ହୋଇଛନ୍ତି । ରାଉରକେଲାରୁ ଟେନସା ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି । ବସ ରାଉରକେଲାରୁ ଟେନସା ଯାଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ ଡମ୍ପରକୁ ସାଇଡ ଦେବା ସମୟରେ ବସଟି ଭାରସାମ୍ୟ ହରାଇ 143 ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଛି । ଏଥିରେ 15 ଜଣ ଯାତ୍ରୀ ଆହତ ହୋଇଛନ୍ତି ।
ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ପଠାଯାଇଛି । ଏପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ବସଟି ଆବଶ୍ୟକ ଠାରୁ ଅଧିକ ଯାତ୍ରୀ ନେଉଥିବା ଅଭିଯୋଗ ହୋଇଛି ।