ଯାଜପୁର: ୯ ଟି ବୁଥ୍ ରେ ଆଜି ସାନି ମତଦାନ

Spread the love

ଯାଜପୁର. ୧୯/୫ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ୪ ଗୋଟି ବିଧାନ ସଭା ନିର୍ବାଚନ ମଣ୍ଡଳୀର ୯ ଟି ବୁଥ୍ ରେ ସାନି ମତଦାନ ଆଜି ଅନୁଷ୍ଠିତ ହେଊଚ୍ଥି । ସକାଳ ୭ ଘଟିକାରୁ ଅପରାହ୍ନ ୬ ଘଟିକା ପର୍ଯ୍ୟନ୍ତ ଏହି ବୁଥ୍ ଗୁଡିକରେ ମତଦାନ ଅନୁଷ୍ଠିତ ହେବ । ବରୀ ବିଧାନ ସଭାର ୫ ଟି, ବିଂଝାରପୁର ବିଧାନ ସଭାର ୨ ଟି, ଧର୍ମଶାଳା ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗୋଟିଏ ଲେଖାଏଁ ବୁଥ୍ ରେ ଏହି ସାନି ମତଦାନ ଅନୁଷ୍ଠିତ ହେଊଚ୍ଥି । ବିଂଝାରପୁରର ୧୩୫ ନମ୍ୱର ବୁଥ୍ କଲ୍ୟାଣପୁର ପ୍ରାଥମିକ ବିଦ୍ୟାଳୟ, ଓ ୧୯୧ ଥାଲକୁଡି ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲ ବୁଥ୍ ରେ ନିର୍ବାଚନ ଅନୁଷ୍ଠିତ ହେଊଥିବା ବେଳେ ବରୀ ନିର୍ବାଚନ ମଣ୍ଡଳୀର ୮୨ ନମ୍ୱର ସଙ୍ଗଗଦେଇପୁର ପ୍ରାଇମେରୀ ସ୍କୁଲ, ୧୫୮ ସରକାରୀ ନୋଡାଲ ଊଚ୍ଚ ବିଦ୍ୟାଳୟ ରାମଚନ୍ଦ୍ରପୁର, ୧୬୨ ଓ ୧୬୩ ବ୍ରଜ ବନ୍ଧୁ ନୋଡାଲ ଊ.ପ୍ରା: ସ୍କୁଲ ଅଲିପୁର ଏବଂ ୧୯୪ ବାଲିବିଲ ନୋଡାଲ ଊ.ପ୍ରା: ସ୍କୁଲ, ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୧୪୮ ମିର୍ଜାପୁର ପ୍ରାଇମେରୀ ସ୍କୁଲ ଓ ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀର ୧୯୬ ଓଲଳ ପ୍ରାଇମେରୀ ସ୍କୁଲ ବୁଥ୍ ମାନଙ୍କରେ ମତଦାନ ହେଉଛି । ବିଂଝାରପୁରର ୧୩୫ ନମ୍ୱର ବୁଥ୍ ରେ ୧୨୯୬ , ୧୯୧ ନମ୍ୱର ବୁଥ୍ ରେ ୯୫୧, ବରୀର ୮୨ ନମ୍ୱ ବୁଥ୍ ରେ ୬୦୪, ୧୫୮ ନମ୍ୱର ବୁଥ୍ ରେ ୧୧୬୨, ୧୬୨ ନମ୍ୱର ବୁଥ୍ ରେ ୧୩୨୯, ୧୬୩ ନମ୍ୱର ବୁଥ୍ ରେ ୧୩୩୭, ୧୯୪ ନମ୍ୱର ବୁଥ୍ ରେ ୧୧୬୮, ଧର୍ମଶାଳାର ୧୪୮ ନମ୍ୱର ବୁଥ୍ ରେ ୧୨୫୬ ଓ ସୁକିନ୍ଦାର ୧୯୬ ନମ୍ୱର ବୁଥ୍ ରେ ୮୨୮ ଏହିଭଳି ମୋଟ ୯୯୩୧ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେକ୍ଟର ଅପିଂସର, ଏକ୍ଜିକୁ୍ୟଟିଭ୍ ମାଜିଷ୍ଟ୍ରେଟ୍ ଓ ସୁରକ୍ଷା କର୍ମୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଚ୍ଥି । ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ମାଇକ୍ରୋ ଅବଜରଭର, ଭିଡିଓଗ୍ରାପିଂ ଇତ୍ୟାଦିର ମଧ୍ୟ ବ୍ୟବସ୍ଥା କରାଯାଇଚ୍ଥି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।

Related Posts

About The Author

Add Comment