ଯାଜପୁର: ସୁଭାଷବୋଷ ଓ ବୀରସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

Spread the love

ଯାଜପୁର,୨୩ /୧/୨୦୨୧ (ସନ୍ଧାନ ନିଉଜ) ପରାକ୍ରମ ଦିବସ ଅବସରରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀରସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତହୋଇଯାଇଛି । ଜିଲା ପ୍ରଶାସନ ଓ ଜିଲାସ୍କୁଲର ମିଳିତ ସହଯୋଗରେ ସ୍କୁଲ ପରିସରରେ ଉଭୟ ସ୍ୱାଧିନତା ସଂଗ୍ରାମୀଙ୍କ ଜୟନ୍ତୀ ପାଳନ ସହଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ଜିଲାସୂଚନା ଓ ଲୋକସମ୍ପର୍କ ଅଧିକାରୀସନ୍ତୋଷକୁମାରସେଠୀ ଏଥିରେ ଯୋଗ ଦେଇ ଦେଶ ସ୍ୱାଧିନତାରେଉଭୟସଂଗ୍ରାମୀଙ୍କର ଅବଦାନ ଅବିସ୍ମରଣୀୟ । ସେମାନଙ୍କର ତ୍ୟାଗ ସଂଘର୍ଷ, ସାହସ, ବୀରତ୍ୱ ଓ ସଂଗ୍ରାମ ଯୁଗ ଯୁଗ ପାଇଁ ଦେଶକୁଗୈାରବାନିତ୍ୱକରୁଥିବବୋଲିପ୍ରକାଶକରିଥିଲେ । ଜିଲାସ୍କୁଲର ପ୍ରଧାନ ଶିକ୍ଷକ ଆଲୋକକୁମାର ବନ୍ଧ ସୁଭାଷବୋଷ ଓ ବୀରସୁରେନ୍ଦ୍ରସାଏଙ୍କ ଜୀବନୀ ଉତ୍ତରପୀଢ଼ିକୁ ଦିଗ୍‌ଦର୍ଶନ ଦେଇ ଚାଲିଥିବବୋଲିକହିଥିଲେ ।ନେତାଜୀଙ୍କସହଜିଲାସ୍କୁଲ ପରିସରରେ ଥିବା ଅନ୍ୟାନ୍ୟବରପୁତ୍ରମାନଙ୍କର ପ୍ରତିମୂତ୍ତିରେମାଲ୍ୟାର୍ପଣକରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେଶିଶୁସୁରକ୍ଷା ଅଧିକାରୀନିରଞ୍ଜନ କର,ଶିକ୍ଷକ କୃଷ୍ଣଚନ୍ଦ୍ର ସାମଲ, ପୂର୍ଣ୍ଣଚନ୍ଦ୍ରପାତ୍ର, ନିରଞ୍ଜନ ସାମଲ, ମହେଶ୍ୱର ବେହେରା, ରବିନ୍ଦ୍ର ସାହାଣୀ, ଜହିରୁଦ୍ଧିନ ଖାଁ, ବିଜୟଭୂଷଣ ନନ୍ଦ, ମୋତିଉର ରହେମାନ, ନିରଞ୍ଜନ ସାହୁ, ଗୀତାରାଣୀ ସାମଲ, ନିଳାମ୍ବରୀମିଶ୍ର, ନିବେଦିତାସାମଲ, ପୂଣ୍ଣିମା ପୃଷ୍ଟି, ଅଜିଦା ଖାତୁନ, ସ୍ମିତରାଣୀ ଧଳ, ଅନୀତା ନାୟକ ଓ ସୁଚିସ୍ମିତାମହାନ୍ତି ପ୍ରମୁଖଉପସ୍ଥିତ ଥିଲେ ।
ସୁଭାଷବୋଷ ଓ ସୁରେନ୍ଦ୍ରସାଏ ଜୟନ୍ତୀ ପାଳିତ ।

ଯାଜପୁର,୨୩ /୧/୨୦୨୧(ସନ୍ଧାନ ନିଉଜ) ଯାଜପୁର ସହର ସ୍ଥିତ ସରକାରୀବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ନେତାଜୀ ସୁଭାଷ ବୋଷ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ନେତାଜୀ ଓ ବୀରସୁରେନ୍ଦ୍ର ସାଏଙ୍କ ସ୍ୱାଧୀନତା ସଂଗ୍ରାମ ପାଇଁ ସାହାସ, ତ୍ୟାଗ ଓ ବଳୀଦାନ ଅତୁଳନୀୟ । ଦେଶବାସୀଙ୍କୁ ସେମାନଙ୍କର କାର୍ଯ୍ୟାବଳୀ ସର୍ବଦା ପ୍ରେରଣା ଦେଇ ଚାଲିଥିବ ବୋଲିବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ନେତାଜୀ ଓ ଅନ୍ୟାନ୍ୟ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହିକାର୍ଯ୍ୟକ୍ରମରେ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଶିଶୁସୁରକ୍ଷା ଅଧିକାରୀ ନିରଂଜନ କର, ପ୍ରଧାନ ଶିକ୍ଷୟତ୍ରୀ ଅର୍ଣ୍ଣପୂର୍ଣ୍ଣା ମିଶ୍ର, ଶିକ୍ଷୟତ୍ରୀ ସୁଷମାମଞ୍ଜରୀ ତ୍ରିପାଠୀ, ଜୟଶ୍ରୀ ମହାପାତ୍ର, ଅନିତା ନାୟକ, ମୋନାଲିସା ଓଝା, ମଧୁସ୍ମିତା ବେହେରା, ସରୋଜିନୀ ଦାସ, ମମତା ସେଠୀ, ପ୍ରତିଭା ମହାନ୍ତି, ମାଳତିସିଂ, ଶିକ୍ଷକ ମାନଓ କୁମାର ଧଳ, ପଣ୍ଡିତ ଅଜିତକୁମାର ଦାଶ, ଧୀରେନ୍ଦ୍ର ନାଥ ମହାନ୍ତି ଓ ପ୍ରସନ୍ନବାରିକ ପ୍ରମୁଖଉପସ୍ଥିତ ଥିଲେ ।

Related Posts

About The Author

Add Comment