ଯାଜପୁର ସଦର, 25/02/2022: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ପଂଚାୟତରେ ଚତୁର୍ଥ ପ୍ରର୍ଯ୍ୟାୟରେ ୮୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ ଆଦିତ୍ୟ ପ୍ରଶାଦ ପାଢ଼ୀ ସୂଚନା ଦେଇଛନ୍ତି । ଯାଜପୁର ଜିଲ୍ଲାର ନଗଡ଼ା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଗମନା ଗମନ କରାଯିବା ପାଇଁ ଏକ ରାସ୍ତା ନଥିବାରୁ ଏହି ଆଦିବାସୀ ଲୋକମାନେ ମତଦାନରୁ ବଞ୍ôଚତ ହୋଇଥିବା ବେଳେ, ଆଜ ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଦିର୍ଘ ୨୦ ବର୍ଷପରେ ନିର୍ବାଚନ କରାଯାଇଥିବାରୁ ସେମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳିଯାଇଚି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଅଞ୍ଚଳର ବାସିନ୍ଦା ମତଦାନ ଦେବାପାଇଁ ଆଗଭର ହୋଇଥିଲେ । ନଗଡ଼ା ପଂଚାୟତରେ ୮୩ ପ୍ରତିଶତ ମତଦାନ କରାଯଅଇଥିବା ବେଳେ, ସୁକିନ୍ଦା ବ୍ଲକରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇଙ୍କ ଏରିଆ ହୋଇଥିବାରୁ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରିତ୍ତିରଂଜନ ଘଡ଼େଇଙ୍କ ନିର୍ବାଚନ ମଣ୍ଡଳୀ ଅଟେ । ରାଜ୍ୟ ସରକାରଙ୍କ ପକ୍ôଷୁ ଏହି ନଗଡ଼ାକୁ ସବୁଜ ସୁନ୍ଦର କରାଯିବା ସହିତ ଏହି ନଗଡ଼ାରେ ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରାଯିବା ସହିତ ଅଙ୍ଗନୱାଡ଼ି କେନ୍ଦ୍ରଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ସହାୟତା ମାଧ୍ୟମରେ ଶିକ୍ଷା, ଗମନା ଗମନ, ପାନୀୟ ଜଳ ଠାରୁ ସମସ୍ଥ ସୁବିଧା ନିର୍ବାଚିତ ସରପଂଚ କରି ପାରିବେ ବୋଲି ନଗଡ଼ା ବାସୀଙ୍କ ମଧ୍ୟରେ ବହୁ ଆଶା ରହିଅଛି । ଉପଯୁକ୍ତ ପ୍ରାର୍ଥିଙ୍କୁ ମତଦାନ ଦେଇ ବିଜୟ ଟିକା ପିନ୍ଧାଇବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାଲାଗି ଆଶା କରାଯାଉଚି ।
ଯାଜପୁର: ନଗଡ଼ାରେ ୮୩ ଶତକଡ଼ା ମତଦାନ
|
February 25, 2022 |
