ଯାଜପୁର: ଟ୍ରେନ୍ ରେ କଟି ୨ମୃତ

Spread the love
  • 12
    Shares

ଯାଜପୁର,୨୬/୬ (ସନ୍ଧାନ ନିୟୁଜ/ମାନସ ରାଉତ) ସୋମବାର ସକାଳ ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ହରିଦାସପୁର ଗଡମଧୁପୁର ମଧ୍ୟବର୍ତ୍ତିୀ ଛେଳିଆପଦା ନିକଟରେ ଟ୍ରେନ୍ ରେ କଟି ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ ଏକ ହାଫ ପ୍ୟାଣ୍ଟ୍ ଏବଂ ଫୁଲ ସାର୍ଟ ପିନ୍ଧିଥିବା ଦେଖାଯାଇଛି । ଏହାକୁ କେହି କେହି ଆତ୍ମହତ୍ୟ କରିଥିବା କୁହୁଥିବା ବେଳେ କେହି କେହି ହତ୍ୟ କରି ଏଠାରେ ପକାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ସେହିଭଳି ଗତକାଲି ରାତିରେ ହରିଦାସପୁର ଷ୍ଟେସନ ନିକଟରେ ଏକ ଯୁବକଙ୍କର ଟ୍ରେନ୍ରେ କଟି ମୃତୁ୍ୟ ହୋଇଥିବା ଜଣାପଡିଛି । ରେଲେୱେ ପୋଲିସ ଘଟଣାସ୍ଥଳରେ ପଂହଚି ଶବ ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।

  • 12
    Shares

Related Posts

About The Author