ଯାଜପୁର ଜିଲ୍ଲାରେ ୩ ଅଧିକାରୀ ନିଲମ୍ବିତ ହେଲେ

Spread the love

ଯାଜପୁର ସଦର,୦୯ା୦୮: ଯାଜପୁର ଜିଲ୍ଲାରେ ୩ ଅଧିକାରୀ ଦୁର୍ନ୍ନିତି ଅଭିଯୋଗରେ ଅଭିଯୋଗ ହେବାପରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଏହି ତିନି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲାପାଳ ବିଞ୍ଛାରପୁର ବ୍ଲକ୍‌ର ଜରୀ ପଂଚାୟତର ମନେରେଗା ଯୋଜନା ଠାରୁ ଆରମ୍ଭକରି ବୃକ୍ଷ ରୋପଣ ଏବଂ ବିଭିନ୍ନ ସରକାରୀ ଯୋଜନାର ଦୃର୍ନ୍ନିତି କରିବା ଏହି ୩ ଜଣ ଅଧିକାରୀ ହେଲେ ପଂଚାୟତ ନିର୍ବାହି ଅଧିକାରୀ ଜିଆରଏସ୍ ଏବଂ କନିଷ୍ଠ ଯନ୍ତ୍ରୀ ଏହା ଅଭିଯୋଗ ହେବାପରେ ଅନସନ କରାଯାଇଥିଲା । ପଂଚାୟତର ତରଫରୁ ଘଟଣାର ତଦନ୍ତ କରାଯିବାପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଯିବା ପରେ ଏହି ୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକରୀରୁ ଯାଜପୁର ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । ଏହି ତିନି ଜଣ କର୍ମଚାରୀ ବିଭିନ୍ନ ସରକାରୀ ଯୋଜନାର ଫାଏଦା ନେଉଥିବା ବେଳେ, ଜରୀ ପଂଚାୟତ ତରଫରୁ ଜିଲ୍ଲାପାଳଙ୍କ ନିଟକରେ ଅଭିଯୋଗ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଜରୀ ପଂଚାୟତର ସମିତି ସଭ୍ୟ ଭୁବନାନନ୍ଦ ସାମଲ ଏହି ଘଟଣାକୁ ନେଇ ଦୁର୍ନ୍ନିତିର ବୁଡ଼ି ରହିଥିବା ଏହି ୩ଜଣ କର୍ମଚାରୀଙ୍କ ବିରୋଧରେ ପଂଚାୟତ କାର୍ଯ୍ୟାଳୟ ଆଗରେ ସମିତି ସଭ୍ୟ ଶ୍ରୀ ସାମଲ ଅନସନରେ ବସି ରହିଥିଲେ । ଯାହାକି ପ୍ରଶାସନର ନିଦ ହଜିଯାଇଥିଲା । ଏନେଇ ଗ୍ରାମବାସୀ ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଷକ ବିଞ୍ଝାରପୁର ବ୍ଲକ୍ ବିଡିଓ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରାଯିବାପାଇଁ ପ୍ରତିଶୃତି ଦେବାପରେ ଶ୍ରୀ ସାମଲ ଧାରଣାରୁ ଉଠିଥିଲେ । ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯିବା ପରେ ଯାଜପୁର ଜିଲ୍ଲାପାଳ ବିହିତ ପଦକ୍ଷେପ ନେବା ସହିତ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ଜରି ପଂଚାୟତରେ ହୋଇଥିବା ଅନିୟମିତତାର ଅନୁସନ୍ଧାନ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାପରେ ଯାଜପୁର ଜିଲ୍ଲାପାଳ ଜରି ପଂଚାୟତ କାର୍ଯ୍ୟାଳୟ ନିର୍ବାହି ଅଧିକାରୀ ପ୍ରକାଶ ଯେନା, ଜିଆରଏସ୍ ପାର୍ଥ ସାରଥି ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ର ଜିଲ୍ଲାପାଳ ଏହି ତିନିଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।

Related Posts

About The Author

Add Comment