ଜେନାପୁର, ୨/୨(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜେନାପୁର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତାରାଣୀ ମହାନ୍ତିଙ୍କୁ ଗୁରୁବାରଦିନ ଅବସରକାଳୀନ ବିଦାୟ ସମ୍ବଦ୍ଧନା ଦିଆଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସଭାରେ ଧର୍ମଶାଳା ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ରମାକାନ୍ତ ସେଠୀ, ମୁଖ୍ୟ ଅତିଥି, ଯାଜପୁର ଟିଜିଟି ଶିକ୍ଷକ ସଂଘର ସଭାପତି ବଳରାମ ପତି ମୁଖ୍ୟ ବକ୍ତା ଓ ଅନ୍ୟତମ ଅତିଥିଭାବେ ଧର୍ମଶାଳା ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ସୁବାଷ ଚନ୍ଦ୍ର ବେହେରା, ସମ୍ପାଦକ ହୃଷିକେଶ ସାମଲ, ଶ୍ୟାମସୁନ୍ଦରପୁର ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରାଧାନଶିକ୍ଷକ ସତ୍ୟାନନ୍ଦ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ନନ୍ଦକିଶୋର ବଳ, ବିଷ୍ଣୁ ଚରଣ ଓଝା – ଓ ଜେନାପୁର ରେଳ ଷ୍ଟେସନ୍ ମାଷ୍ଟର୍ ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ମହାନ୍ତିଙ୍କର ଶିକ୍ଷା ପ୍ରତି ଅବଦାନ, ମହାନ୍ ବ୍ୟକ୍ତିତ୍ୱ ଓ ୩୮ ବର୍ଷର ଉତ୍ତମ ଶିକ୍ଷକତା ଜୀବନ ଉପରେ ଗୁଣଗାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ମୃତୁ୍ୟଞ୍ଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ, ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ଗ୍ରାମବାସୀମାନେ ତାଙ୍କୁ ବର୍ଣ୍ଣାଢ୍ୟ ପରିବେଶରେ ନେଇ ନିଜଗୃହରେ ବିଦାୟ ଦେଇଥିଲେ ।
ଯାଜପୁର: ଅବସରକାଳୀନ ବିଦାୟ ସମ୍ବଦ୍ଧନା
|
February 2, 2019 |



