ଯବାନ ମାନଙ୍କୁ କରୋନା ଟୀକା ପ୍ରଦାନ

Spread the love

ସୁନ୍ଦରଗଡ ,୧୨/୦୨/୨୦୨୧ (ସନ୍ଧାନନିଉଜ/ରୋଶନ ପଟେଲ) ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୁର ସରକାରୀ ଡାକ୍ତରଖାନା ରେ ,ଏନଟିପିସି ସିଆଇଏସଏଫ ଯବାନ ମାନଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି I ସୂଚନା ଅନୁସାରେ ଶୁକ୍ରବାର ମଧ୍ୟାନ୍ନ ରେ ମଙ୍ଗସପୁର ର ଡାକ୍ତର ଖାନା ରେ ପ୍ରାୟ ୫୦ ଜଣ କର୍ମଚାରୀ ଙ୍କୁ କରୋନା ଟୀକା ଦିଆଯାଇଛି , ଯେଉଁ ମାନଙ୍କ ମଧ୍ୟରୁ ୪୯ ଜଣ ସିଆଇଏସଏଫ ଯବାନ ଏବଂ ଜଣେ କରୋନା ଯୋଦ୍ଧା “ବବି ନାଏକ” I ମଙ୍ଗସପୁର ଡାକ୍ତର ଖାନା ର  ଇନଚାର୍ଜ ଶ୍ରୀଯୁକ୍ତ “ନୂତନ କୁଜୁର”ଙ୍କ ତତ୍ୱାବଧାନ ରେ ସମସ୍ତଙ୍କୁ ଟୀକା ପ୍ରଦାନ କରାଯାଇଥିଲା I ଟୀକାକରଣ ପରେ  ସମସ୍ତଙ୍କୁ ୩୦ ମିନଟ ନିରୀକ୍ଷଣ ରେ ରଖାଯାଇଥିଲା ଏବଂ ତାପରେ ଛଡ଼ା ଯାଇ ଥିଲା I  ଟୀକା ଦେବା ସମୟରେ କରୋନା ଯୋଦ୍ଧା “ସନ୍ଧ୍ୟାରାଣୀ ସାହୁ” , “ଜୁଲି ପଟେଲ” , “ପ୍ରଭାସିନୀ କୁମ୍ଭାର” , “ରିତୁ ଭୈସାଲ” , “ବିନୀତା ନାୟକ” ପ୍ରମୁଖ ଉପସ୍ଥିତ ଥିଲେ l

Related Posts

About The Author

Add Comment