ବାରିପଦା, 22/10(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା); ମୟୁରଭଞ୍ଜ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ ତିନି ଦିନ ହେଲା ଶହେ ଭିତରେ ରହୁଥିଲେ ସୁଦ୍ଧା ଏହି ତିନି ଦିନରେ ମୋଟ ୧୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି ଏବଂ ଏପର୍ଯ୍ୟନ୍ତ ଜିଲାରେ ମୋଟ ୫୧ ଜଣଙ୍କର ମୃତ୍ୟୁ ହୋଇ ସାରିଥିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ । ପୂର୍ବରୁ ଦୁଇ ଦିନରେ ୪ ଜଣ କରି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିନକରେ ପୁଣି ୩ ଜଣ ପୁରୁଷ(୫୭, ୭୦ ଓ ୭୫ବର୍ଷ) ଙ୍କର ମୃତ୍ୟୁ ହୋଇଛି । ତହିତ ୯୨ ଜଣ ଆକ୍ରାନ୍ତ ଏବଂ ୧୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଏପର୍ଯ୍ୟନ୍ତ ଜିଲାର ମୋଟ ଆକ୍ରାନ୍ତ ୧୦ ହଜାର ୬୪୩ ଜଣଙ୍କ ମଧ୍ୟରୁ ୯ ହଜାର ୯୨୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୬୭୨ ଜଣ · ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ସେଥିମଧ୍ୟରୁ ଆରୋଗ୍ୟଙ୍କ ହାର ୯୩.୨୧ ପ୍ରତିଶତ ଓ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ହାର ୬୩୧ ପ୍ରତିଶତ ଏବଂ ମୃତ୍ୟୁହାର ୦୦.୪୮ ପ୍ରତିଶତ ଥିବାର ଏକ ଆକଳନରୁ ଜଣାପଡିଛି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବାରିପଦା ପୌରୀଚଳରେ ସବୁ ବେଳେ ସର୍ବାଧିକ ସଂଖ୍ୟକ ରହି ଆସିଥିବା ସହିତ କେବଳ ସେପ୍ଟେମ୍ବର ମାସରେ ମୋଟ ୧୧୩୮ ଜଣ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଅକ୍ଟୋବର ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଉଥିବା ସହ ପ୍ରଥମ ୨୦ ଦିନରେ ମୋଟ ୩୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତକାଲି ଦିନକରେ ପୁଣି ୧୧ଜଣ ଆକ୍ରାନ୍ତ ହୋଇଛନ୍ତି । ଜିଲା ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ୧୧୭ ଜଣଙ୍କ ମଧ୍ୟରେ ହୋମ କାଲେଣ୍ଟାଇନରୁ ୯୮ ଜଣ ଥିବା ବେଳେ ବାଙ୍କିଶୋଳ କୋଭିଡ ହସ୍ପିଟାଲରୁ ଜଣେ, ବାରିପଦା ଅଷାରୁ ୮ ଜଣ, ଉଦଳା ସିସିସିରୁ ୫ ଜଣ, ରାଇରଙ୍ଗପୁର ସିସିସିରୁ ୪ ଜଣ ଓ କରଂଜିଆ ସିସିସିରୁ ଜଣେ ରହିଛନ୍ତି । ସେମାନେ ନିଜ ନିଜ ହୋମ କାରେଣ୍ଟାଇନକୁ ଯାଇଥିବା ପ୍ରକାଶ।
ମୟୁରଭଞ୍ଜ: ୩ ଦିନରେ ୧୧ ଜଣଙ୍କ ମୃତ୍ୟୁ ବାରିପଦା ପୌରାଞ୍ଚଳରେ ପୁଣି ୧୧ ଆକ୍ରାନ୍ତ
|
October 23, 2020 |


