ବାରିପଦା, ୨୨/୯ (ସନ୍ଧାନ ନ୍ୟୁଜ୍/ଦୀପକ ପାଣିଗ୍ରାହୀକଂ) -ଭାରତୀୟ ମାନବାଧିକାର ପରିଷଦ ନୁର୍ତନ ଅଫିସ ଉଦ୍ଘାଟନ ପରିପେକ୍ଷିରେ ବାରିପଦା ପାଲବଣି ଗୋଲେଇ ନିକଟରେ ଶୁଭାରମ୍ଭ କରିଛନ୍ତି ।ନେସନାଲ ପ୍ରେସିଡେଣ୍ଟ ପୂର୍ଣ୍ଣ ଚଦ୍ର ସାହୁ ,ନେସନାଲ ଜେନେରାଲ ସେକ୍ରେଟାରୀ ସଚିନ୍ଦ୍ର ମହାନ୍ତି,ରାଜ୍ଯ ଜେନେରାଲ ସେକ୍ରେଟାରୀ ଲିଙ୍ଗରାଜ ପଣ୍ଡା ଉପସ୍ଥିତ ରହି ମୟୁରଭଂଜ ଜିଲ୍ଲାର କଣ ଅନୁକୋଣରେ ବିଭିନ୍ନ ସମୟରେ ବିଭିନ୍ନ ଅସୁବିଧାରେ ପଡୁଥିବା ଲୋକଙ୍କ ସମସ୍ୟା ଉପରେ ଦୂରଦୃଷ୍ଟି ଦେଇ ଲୋକଙ୍କ ସମସ୍ୟା କୁ ନେଇ ସରକାରଙ୍କ ନିକଟରେ ଅଭିଯୋଗ ପହଞ୍ଚେଇ ଲୋକଙ୍କ ସମସ୍ୟା ଦୂରୀକରଣ କରିବାକୁ ଅଣ୍ଟା ଭିଡି ଛନ୍ତି ଓ ମୟୁରଭଂଜରେ ସାଙ୍ଗଠାନିକ କରିବା ଦିଗରେ ପଦକ୍ଷେପ ନେଇଛନ୍ତି।



