ବାରିପଦା/ବାଲେଶ୍ଵର ୧୨/୭/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ଲାଞ୍ଚ କାରବାରକୁ ନେଇ ବିବାଦ ଛନ୍ଦି ହୋଇ ପଡିଥିବା ତଥା ମାଜିଷ୍ଟ୍ରେଟଙ୍କୁ ଦୁର୍ବ୍ୟବହାର ଘଟଣାରେ ନିରବ ରହିଥିବା ବାଲେଶ୍ଵର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କ ଉପରେ ‘ମୋ ସରକାର’ ର ଛାଟ ଚାଲିଛି । ଖାଲି ସେତିକି ନୁହେଁ, ସହରର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ସହଦେଖୁଣ୍ଟା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କୁ ମଧ୍ୟ ବଦଳାଇ ଦେଇଛନ୍ତି । ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ଇନ୍ତ୍ରପେକ୍ଟର ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ପାର୍ କରାଯାଇଛି । ମୟୂରଭଞ୍ଜ ଓ ଶ୍ରୀ ପଲେଇଙ୍କୁ ଭନ୍ଦ୍ରକ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ଭନ୍ଦ୍ରକ ଜିଲ୍ଲାରେ କାର୍ଯ୍ୟରତ ୩ଜଣ ବରିଷ୍ଠ ପୋଲିସ ଅଧିକାରୀ ଆଲୋକ କୁମାର ଜେନା , ମଧୁମିତା ମହାନ୍ତି ଓ ମୀନା ବିନ୍ଧାଣୀଙ୍କୁ ବାଲେଶ୍ଵର ଜିଲ୍ଲାକୁ ବଦଳି କରାଯାଇଛି । ଯଦିଓ ଏହା ଅଦଳବଦଳ ପ୍ରକ୍ରିୟାର ଏକ ଅଂଶବିଶେଷ , କିନ୍ତୁ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅଧୋଗାତି, ପୋଲିସ- ମଧ୍ୟସ୍ଥି ଓ ଅସ ଏହି ଦୁଇ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ପାର୍ କରାଯାଇଛି । ମୟୂରଭଞ୍ଜ ଓ ଶ୍ରୀ ପଲେଇଙ୍କୁ ଭନ୍ଦ୍ରକ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ ଭନ୍ଦ୍ରକ ଜିଲ୍ଲାରେ କାର୍ଯ୍ୟରତ ୩ଜଣ ବରିଷ୍ଠ ପୋଲିସ ଅଧିକାରୀ ଆଲୋକ କୁମାର ଜେନା , ମଧୁମିତା ମହାନ୍ତି ଓ ମୀନା ବିନ୍ଧାଣୀଙ୍କୁ ବାଲେଶ୍ଵର ଜିଲ୍ଲାକୁ ବଦଳି କରାଯାଇଛି । ଯଦିଓ ଏହା ଅଦଳବଦଳ ପ୍ରକ୍ରିୟାର ଏକ ଅଂଶବିଶେଷ , କିନ୍ତୁ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅଧୋଗାତି, ପୋଲିସ- ମଧ୍ୟସ୍ଥି ଓ ଅସ ଅସାମାଜିକଙ୍କ ମେଣ୍ଟକୁ ନେଇ ଉତ୍ପନ୍ନ ପରିସ୍ଥିତି ସମଗ୍ର ପୋଲିସ ବିଭାଗକୁ ଅନ୍ତୁଆରେ ପକାଉଥିବା । ଏ ନେଇ ସନ୍ଧାନ ଏକାଧିକ ଖବର ପ୍ରକାଶ ପାଇବା ପରେ ପୋଲିସ ଉଚ୍ଚ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଗକୁ ମଧ୍ୟ ଅନେକ ଅଫିସର, କର୍ମଚାରୀ ବଦଳିବେ ବୋଲି ସୂଚନା ମିଳିଛି ।
ଜିଲ୍ଲାରେ କେତେକ ଥାନା ଅଧିକାରୀ ବର୍ଷ ବର୍ଷ ଧରି ଗାଦି ମାଡ଼ିବସିବା ସହ ଆଇନଶୃଙ୍ଖଳା କଥା ଭୁଲି ଯାଇଥିଲେ । ଯାହାଫଳରେ ଥାନା ଅଞ୍ଚଳରେ ଅପରାଧୀ କାର୍ଯ୍ୟାକଳାପ ବୃଦ୍ଧି ପାଇଥିଲା । ଏମିତିକି ସାଧାରଣ ଲୋକଟିଏ ଥାନାକୁ ଅଭିଯୋଗ ପାଇ ଗଲେ ପୋଲିସ ସେମାନଙ୍କ କଥା ଗୁରୁତ୍ଵ ଦେବ କ’ଣ ସବୁଥିରେ ଖୋଜା ପଡୁଥିଲା ମଧ୍ୟସ୍ଥିଙ୍କୁ । ଭୟରେ ସହର ଓ ଗ୍ରାମାଞ୍ଚଳ ଥାନା ଗୁଡ଼ିକରେ ଏପ୍ରକାର ସ୍ଥିତି , ଯୋଗୁଁ ଅଭିଯୋଗକାରୀ ହତାଶ ହେଉଥିଲେ । ନିଶା କାରବାରଠୁ ଆରମ୍ଭ କରି ଚୋରି ଡକାୟତି, ଅପହରଣ ଆଦି ଅପରାଧ ଘଟଣା ବଢି ଚାଲିଥିଲା । ଶେଷରେ ପୂର୍ବାଞ୍ଚଳ ଆଇଜି ଦୀପ୍କେଶ ପଟ୍ଟନାୟକ ଓ ଏସିପି ସୁଧାଂଶୁ ଶେଖର ମିଶ୍ର ଏଥିରେ ହସ୍ତକ୍ଷେପ କରିଛନ୍ତି । ପୋଲିସ ଭାବମୂର୍ତ୍ତିକୁ ସଜଡାଯିବାର ପ୍ରକ୍ରିୟା ସ୍ବରୂପ ଆଜି ସହଦେବ ଖୁଣ୍ଟା ଓ ଟାଉନ ଥାନା ଅଧୀକାରୀଙ୍କୁ ବଦଳି କରାଯାଇଛି । ବାଲେଶ୍ଵର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ କେତେକ ଘଟଣାରେ ବିବାଦୀୟ ହୋଇପଡିଥିଲେ । ବିଶେଷ କରି ସଦର ତହସିଲଦାର ପଞ୍ଚାନନ ପାତ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଇଆଇସିଙ୍କ ନିରବତା ଓ ପୋଲିସ ତଦନ୍ତରେ ଶିଥିଳତାଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ସବୁ ପ୍ରମାଣ ଥିବା ସତ୍ତ୍ବେ ଅଭିଯୁକ୍ତ ମାନେ ଫେରାର ଥିବା ଦର୍ଶାଇ ଆଇଆଇସି ଆଉ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଏହି ଘଟଣାର ମାତ୍ର ୪ ଦିନ ପରେ ଏକ ଜମିବାଡ଼ି ମାମଲାରେ ଲାଞ୍ଚ ନେବାବେଳେ ଟାଉନ ଥାନା ଏସଆଇ ବିମଳ କର ଓ ଜଣେ ଦଲାଲକୁ ଗିରଫକରିଥିବା ଭିଜିଲାନ୍ସ । ଆଳୁ ଖୋଜୁ ଖୋଜୁ ମହାଦେବ ବାହାରିବା ନ୍ୟାୟରେ ଏସଆଇ ଶ୍ରୀ କର ଲାଞ୍ଚ ମାମଲାରେ ଆଇଆଇସିଙ୍କ ସମ୍ପୃକ୍ତ ଥିବା ନେଇ ଗୁମର ଖୋଲିଥିଲେ । ଜେରା ପାଇଁ ଭିଜିଲାନ୍ସ ତାଙ୍କୁ ନୋଟିସ ଦେବାପରେ ବ୍ୟକ୍ତିଗତ କାରଣ ଦର୍ଶାଇ ଆଇଆଇସି ହଠାତ୍ ୭ଦିନ ପାଇଁ ଛୁଟିରେ ଚାଲିଯାଇଥିଲେ । ଏବେ ବି ସେ ଭିଜିଲାନ୍ସ ସ୍କାନରରେ ଅଛନ୍ତି । ସେହିପରି ସହଦେବ ଖୁଣ୍ଟା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇଙ୍କ କାର୍ଯ୍ୟ ଶୈଳୀକୁ ନେଇ ମଧ୍ୟ ଅସନ୍ତୋଷ ଦେଖାଦେଇଥିଲା । ତେଣୁ ତାଙ୍କୁ ଭନ୍ଦ୍ରକ ଜିଲ୍ଲାକୁ ବଦଳି କରାଯାଇଛି । ହଠାତ୍ ଦୁଇ ଥାନା ଅଧିକାରୀଙ୍କ ବଦଳି ପରେ ଏବେ ପୋଲିସ ମହଲରେ କମ୍ପନ ସୃଷ୍ଟି ହୋଇଛି । ଆଗକୁ କାହା ପଳି ପଡ଼ିବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।