ମସକଟ ୧୮/୧୨/୨୫ (ସନ୍ଧାନ ନ୍ୟୁଜ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓମାନର ସର୍ବୋଚ୍ଚ ବେସାମରିକ ସମ୍ମାନ ଅର୍ଡର ଅଫ୍ ଓମାନ ପ୍ରଦାନ କରାଯାଇଛି । ଦୁଇ ଦିନିଆ ଓମାନର ଗସ୍ତ ଅବସରରେ ଗୁରୁବାର ଓମାନର ସୁଲତାନ ହାଇଥାମ ବିନ ତାରିକ ପ୍ରଧାମନ୍ତ୍ରୀ ମୋଦୀ ୨୯ଟି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇବାର ସୌଭାଗ୍ୟ ଲାଭ କରିଛନ୍ତି । ଭାରତ ଓ ଓମାନ କୂଟନୈତିକ ସମ୍ପର୍କର ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ,ପୁଞ୍ଜିନିବେଶ,ଶକ୍ତି ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ମୋଦୀ ଆଜି ମସ୍କଟରେ ଓମାନର ସୁଲତାନ ହାଇଥାନ ବିନ୍ ତାରିକଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ । ମୋଦୀ ରାଜପ୍ରସାଦରେ ପହଂଚିବା ପରେ ସୁଲତାନ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଦୁଇ ନେତା ପ୍ରତିନିଧିମଣ୍ଠଳୀ ସ୍ତରୀୟ ସାକ୍ଷାତ୍ କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କରେ ଏକ ଗୁରୁତ୍ୱପୂଣ୍ର୍ ବିକାଶ ଭାବେ ବ୍ୟାପକ ଅର୍ଥନୈତିକ ଭାଗୀଦାରି ରାଜିନାମା ବା ମୁକ୍ତ ବାଣିଜ୍ୟ ରାଜିନାମା ବାମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର ହୋଇଛି । ଏହି ବୁଝାମଣା ଅନୁଯାୟୀ ଭାରତ ରପ୍ତାନୀ କରୁଥିବା ସାମଗ୍ରୀ ଉପରେ ଓମାନ କୌଣସି ଶୁଳ୍ମ ଲାଗୁ କରିବ ନାହିଁ । ସେହିପରି ଓମାନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ମଧ୍ୟ ଭାରତ କୌଣସି ଶୁଳ୍ମ ଲଗୁ କରିବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ମସ୍କଟରେ ଭାରତୀୟ ସମୁଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ । ଦର୍ଶକଙ୍କ ମଧ୍ୟରେ ବିଭିନ୍ନ ୭୦୦ ରୁ ଅଧିକ ଛାତ୍ରଛତ୍ରୀ ସାମିଲ୍ ଥିଲେ ।
ମୋଦୀଙ୍କୁ ଓମାନର ସର୍ବୋଚ୍ଚ ସମ୍ମାନ ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର
|
December 19, 2025 |



