ନୂଆଦିଲ୍ଲୀ, ୨୬/୧୨ (ସନ୍ଧାନ ନିୟୁଜ): ଚଳିତ ବର୍ଷର ଆଜି ଶେଷ ସୂର୍ଯ୍ୟପରାଗ ଥିବାବେଳେ ଏହାର ସାକ୍ଷୀ ରହିଛି ସାରା ବିଶ୍ବ । ଭାରତରେ ମଧ୍ୟ ଏହି ସୂର୍ଯ୍ୟ ପରାଗ ଦେଖିବାକୁ ମିଳିଛି । ଅନ୍ୟ ଭାରତୀୟଙ୍କ ଭଳି ବର୍ଷର ଶେଷ ସୂର୍ଯ୍ୟ ପରାଗ ଦେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାନମନ୍ତ୍ରୀ ମୋଦି ଟ୍ବିଟ କରି ଲେଖିଛନ୍ତି ଯେ ଅନ୍ୟ ଭାରତୀୟଙ୍କ ଭଳି ମୁଁ ମଧ୍ୟ 2019 ସୂର୍ଯ୍ୟପରାଗକୁ ନେଇ ବେଶ ଉତ୍ସାହିତ ଥିଲି । ମେଘୁଆ ପାଗ ଯୋଗୁଁ ସୂର୍ଯ୍ୟ ଦେଖି ପାରିଲି ନାହିଁ, କିନ୍ତୁ ଲାଇଭ ଷ୍ଟ୍ରିମିଂ ଯୋଗେ କୋଝିକୋଡର ସୂର୍ଯ୍ୟପରାଗର ଦୃଶ୍ୟ ଦେଖିଛି ।
ମୋଦି ଦେଖିଲେ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ
|
December 27, 2019 |



