ଭଦ୍ରକ,୬/୯ (ସନ୍ଧାନ ନିୟୁଜ) ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ଜିଲ୍ଲା ଯାଦବ ଓ ଯୁବ ଯାଦବ ମହାସଭା ପକ୍ଷରୁ ଭାଗବତ କଲ୍ଯାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି | ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତିଟି ଜଲ୍ଲାବାସୀଙ୍କ ଭାବନ ସହ ଜଡ଼ିତ ଥିବା ସ୍ବତ୍ତେ ଦାବି ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଜିଲ୍ଲାବାସୀଙ୍କୁ ବ୍ୟାଥିତ କରୁଛି ବୋଲି ମହାସଭା ପକ୍ଷରୁ ପ୍ରକାଶ ଜ୍ୟୋତି ମହାକୁଡ଼, ଅମର ବାରିକ, ମନୋଜ ପାଣ୍ଡଵ ପ୍ରମୁଖ କହିଛନ୍ତି | ତେଣୁ ଦାବି ପ୍ରତି ତୁରନ୍ତ ସରକାର ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମହାସଭା ଦାବି କରିଛି |
ମେଡିକାଲ କଲେଜ ଦାବିରେ ଯାଦବ ମହାସଭାର ସାମ୍ବାଦିକ ସମ୍ମିଳନୀ
|
September 6, 2019 |



