ମୂୂର୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିକାଶ ନିର୍ଦ୍ଦେଶକଙ୍କ କୋଟିଆ ଗ୍ରାମପୁଞ ପରିଦର୍ଶନ

Spread the love

କୋରାପୁଟ, ୦୩/୦୪/୨୧ (ସନ୍ଧାନ ନିଉଜ) : ରାଜ୍ୟ ମୂର୍ତିକା ସଂରକ୍ଷଣ ଓ ଜଳବିଭାଜିକା  ବିକାଶ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଜିଲ୍ଲା ଗସ୍ତରେ ଆସି କୋଟିଆ ଗ୍ରାମ ପଂଚାୟତର ଗ ଞେଇପଦର , ଟାଉପଦର ଓ ଜାନିଗୁଡା ଗ୍ରାମ ପରିଦର୍ଶନ କରି ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ବୋଲି ଜଣାପଡିଛି  ା ଗଞେଇପଦରରେ କଦଳୀ ଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ ।ଟାଉପଦର ଗ୍ରାମରେ କଡକନାଥ କୁକୁଡା ଚାଷ କରୁଥିବା ହିତାଧିକାରୀମାନଙ୍କ  ସହ ସେ ଆଲୋଚନା କରିଥିଲେ ।ଜଳବିଭାଜିକା ତରଫରୁ ୧୨ଶହ କଡକନାଥ କୁକୁଡା ଚାଷ ନିମନ୍ତେ ଦିଆଯାଇଥିଲା ।ଚାଷୀମାନେ କଡକନାଥ କୁକୁଡା ଚାଷ କରି ବେଶ ଲାଭବାନ ହୋଇଥିବା ଜଣାପଡିଛି ।ଜାନିଗୁଡା ଗ୍ରାମର ହିତାଧିକାରୀ ବାସନା ଗେମେଲ ଦ୍ୱାରା ନିର୍ମାଣଧିନ ପୋଖରୀ ପରିଦର୍ଶନ କରି ଜୈବିକ ପ୍ରଣାଳୀରେ  ପୋଖରୀ ହିଡରେ କଦଲୀ , ଅମୃତଭଣ୍ଡା ଚାଷ କରିବା ସହ ମାଛ ଚାଅଁଳା ପୋଖରୀରେ ଛାଡି ନିଜ ଖାଇବା ସହ ବଜାରରେ ବିକ୍ରୀ କରିବାକୁ  ନିର୍ଦ୍ଦେଶକ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ।କୋରାପୁଟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ , କଫି ଉପନିର୍ଦ୍ଦେଶକ ଶୈଳେନ୍ଦ୍ର ନାୟକ ,  ଜଳଭିଭାଜିକା ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି ,ସେମିଲିଗୁଡା ଏଏସସିଓ ସୁମନ ରାଉତ , ସହକାରୀ ନିର୍ବାହୀ ଯନ୍ତ୍ରୀ  ସୁନାଲୀ ନାୟକ ,ଡବ୍ଲୁଏମଟି ମଞୁଲତା ପଟନାୟକ ପ୍ରମୁଖ ନିର୍ଦ୍ଦେଶକଙ୍କ ଗସ୍ତ ବେଳେ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment