ମୁକୁନ୍ଦପାତ୍ର ଡିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ରେ ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ଯାଜପୁର/୧୧/୪ (ସନ୍ଧାନ ନ୍ୟୁଜ): ୧୧/୦୪/୨୦୨୬ ରିଖ ଶନିବାର ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଓଡ଼ିଆ ପକ୍ଷ ପାଳନ ଅବସରରେ ବଳରାମପୁର ସ୍ଥିତ ମୁକୁନ୍ଦ ପାତ୍ର ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (NSS) ଓ ୟୁଥ୍ ରେଡ୍ କ୍ରସ୍ (YRC) ର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ଏହି ଶିବିରରେ central Red Cross Blood Bank, cuttack ପକ୍ଷରୁ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମରେ ଧର୍ମଶାଳା ପଂଚାୟତ ସମିତିର ଉପାଧ୍ୟକ୍ଷା ଶ୍ରୀମତୀ ବିଶ୍ୱବିଜୟିନୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କବିତା ବିଶ୍ୱାଳ ଓ ଜାତୀୟ ସେବା ଯୋଜନାର ସଂଯୋଜକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଶିବିରରେ ଛାତ୍ରଛାତ୍ରୀମାନଙ୍କ ସହିତ ଯୁବକମାନେ ଉତ୍ସାହର ସହିତ ରକ୍ତଦାନ କରିଥିଲେ ଓ ମୋଟ 23 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତଗୁଡ଼ିକୁ ଆବଶ୍ୟକତାରେ ଥିବା ରୋଗୀମାନଙ୍କ ସେବାରେ ବ୍ୟବହାର କରାଯିବ ବୋଲି ଜଣାଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଏହି ପବିତ୍ର କାର୍ଯ୍ୟରେ ଆଗୁଆ ହେବାକୁ ଆହ୍ୱାନ ଦେଇଥିବା ବେଳେ ଅଧ୍ୟକ୍ଷା ମହୋଦୟା ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l

ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ।

Related Posts

About The Author

Add Comment