ଯାଜପୁର ସଦର, ୨/୩/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ଭଗବତୀପୁର ଆରାଧ୍ୟ ଦେବୀ ମା ଭଗବତୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ଯଜ୍ଞ କାର୍ଯ୍ୟ ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ଅବସରରେ ବିରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ସୂର୍ଯ୍ୟପୂଜା ଗୋପୂଜା ଅଙ୍କୁରାରୋପାଣ ଛାୟାପୂଜା ଅନୁଷ୍ଟତି ହୋଇଥିବା ବେଳେ, ବ୍ରାହ୍ମଣୀ ନଦୀରୁ ୧୦୮ କଳସ ଜଳ ଉଠାଇ ମହିଳା ଏବଂ ପୁରଷ ମାନେ ଗ୍ରାମପରିକ୍ରମା କରାଯିବା ସହିତ ମା ଭଗବତୀଙ୍କ ପୀଠକୁ ଯାତ୍ରା କରିଥିଲେ । ଏହି ଅବସରରେ ଯଜ୍ଞ କାର୍ଯ୍ୟ ୪ ଦିନ ଧରି ଅନୁଷ୍ଟିତ କରାଯାଇଥିବା ବେଳେ, ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇ ମାଙ୍କୁ ଶୋଭାଯାତ୍ରାରେ ଶଙ୍ଖ ହୁଳହୁଳୀ ଘଣ୍ଟା ହିରିବୋଲ ଦିଆଯାଇ ମାଙ୍କର ନୂତନ ମନ୍ଦିରକୁ ବିଜେ କରାଯାଇଥିଲା । ବରିଷ୍ଠ ପଣ୍ଡିତ ମାନଙ୍କ ବେଦଧ୍ୱନୀରେ ପ୍ରକମ୍ପିତ ହୋଇଥିବା ବେଳେ, ମାଙ୍କର ପୂଜକ ଦିବ୍ୟରଂଜନ ଦିକ୍ଷିତ ତାଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳୀ ଦିକ୍ଷିତ କର୍ତ୍ତା ଭାବେ ଯଜ୍ଞକାର୍ଯ୍ୟରେ ଯୋଗଦାନ କରିଥିଲେ । ମନ୍ଦିର ପୂଜକ ବୃନ୍ଦାବନ ଦିକ୍ଷିତ, କୁଞ୍ଜବନ ଦିକ୍ଷିତ, ମନରଂଜନ ଦିକ୍ଷିତ ପୂଜା କାର୍ଯ୍ୟରେ ସହଯୋଗ କରିଥରଲେ । ଚଣ୍ଡିପାଠ ହୋମ ଯଜ୍ଞ କରାଯିବା ସହିତ ମନ୍ଦିର ପରିବେଶରେ ମା ଭଗବତୀଙ୍କୁ ବଡ଼ ସିଂହାର ବେଶ କରାଯାଇଥିବା ବେଳେ, ମାଙ୍କୁ ଶହ ଶହ ଭକ୍ତମାନେ ଦର୍ଶନକରିବା ସହିତ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ । ଭଗବତୀପୁର ଗ୍ରାମବାସୀ ବନ୍ଧଡିହ ପଂଚାୟତର ଜନସାଧାରଣଙ୍କ ସାହାଯ୍ୟ ସହଯୋଗରେ ଯଜ୍ଞ କାର୍ଯ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଟିତ ହୋଇଥିବା ବେଳେ, ଭଗବତୀପୁର ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗ କରାଯାଇଥିବା ବେଳେ, ଆନନ୍ଦବଜାରରେ ହଜାର ହଜାର ଭକ୍ତମାନେ ୪ଦିନ ଧରି ମହାପ୍ରଶାଦ ସେବା କରିଥିଲେ ବିଶେଷକରି ଯୁବକ ମାନଙ୍କ ତତ୍ୱାବଧାନରେ ଯଜ୍ଞକାର୍ଯ୍ୟ ଉଦ୍ଯାପନି କରାଯାଇଥିଲା ।
ମା ଭଗବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦ୍ଯାପନି ଦିବସ ଅନୁଷ୍ଟିତ
|
March 2, 2026 |



