ମା ଭଗବତୀ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହଉଚି

Spread the love

ଯାଜପୁର ସଦର,  ୪/୨/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ଭଗବତୀ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହେଉଚି । ଏହି ଅବସରର ଅଧିବାସ ଠାରୁ ଆରମ୍ଭ କରି ସୂର୍ଯ୍ୟପୂଜା ଚାରିସମ୍ପଦା ପୂଜା, ମଣ୍ଡଳପୂଜା ଏବଂ ଗୌରାଙ୍ଗ ମହାପ୍ରଭୂଙ୍କୁ ସୁସୋଜିତ ବେଶ କରାଯାଇ ନାମସଂକ୍ରିର୍ତ୍ତନ କରାଯାଉଚି । ଭଗବତୀପୁର ଗ୍ରାମର କିର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା କ୍ରିର୍ତ୍ତନ ପରିବେଶଣ କରାଯାଉଚି । ଭଗବତୀପୁର ଗ୍ରାମବାସୀଙ୍କ ସାହାଯ୍ୟ ସହୋଯୋଗରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଟିତ ହେଉଚି । ଏହି ଅଷ୍ଟପ୍ରହରୀରେ ବିଭିନ୍ନ କିର୍ତ୍ତନ ମଣ୍ଡଳୀ ପକ୍ଷରୁ ନାମ ସଂକ୍ରିର୍ତ୍ତନ କରାଯାଉଚି । ଗୌରାଙ୍ଗ ମହାପ୍ରଭୂ ଗତକାଲି ନଗର ପରିକ୍ରମା କରବା ସହିତ ଗ୍ରାମ ମାନଙ୍କରେ ଗୌରାଙ୍ଗ ମହାପ୍ରଭୂଙ୍କୁ ଭୋଗଦିଆଯାଇ ଦଧିହାଣ୍ଡି ଭଗ୍ନ କରାଯିବା ସହିତ ବ୍ରାହ୍ମଣୀନଦୀରେ ବିଶର୍ଜନ କରାଯିବ । ମୁଖ୍ୟ କର୍ତ୍ତା ଗୌରାଙ୍ଗ ଚରଣ ମହାପାତ୍ର ଅଧିବା ସକରୁଥିବା ବେଳେ, ଭଗବତୀ ମନ୍ଦିରର ପୂଜକ ବୃନ୍ଦାବନ ଦିକ୍ଷିତ ଏବଂ ଜନ୍ମଜୟ ପଣ୍ଡା ପୂଜା କାର୍ଯ୍ୟ କରିଥିଲେ । ଗ୍ରାମବାସୀଙ୍କ ତତ୍ୱାବଧାନରେ ଅଷ୍ଟପ୍ରହରୀ ନାମଯଜ୍ଞ ହୋଇଥିଲା ।

Related Posts

About The Author

Add Comment