ଯାଜପୁର ସଦର, ୪/୨/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲାକୁ ଆଜି ଗସ୍ତକରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ପ୍ରଶାସନିକ ପଡ଼ିଆଠାରେ ହେଲିକ୍ୟାପଟରରୁ ଅବତରଣ କରିବା ସହିତ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇଉଠିଥିଲା । ବିରଜା ମନ୍ଦିର ଦର୍ଶନ ବାଟର ଦୁଇ ପାଶ୍ୱର୍ରେ ବ୍ୟାରିକେଟ କରାଯାଇ କଡ଼ା ସୁରକ୍ଷା ବଳୟ ମଧ୍ୟରେ ମା ବିରଜାଙ୍କୁ ଦର୍ଶନ କରିଥିଲେ । ଏଥିପାଇଁ ସାଧାରଣ ଦର୍ଶନରେ କଟକଣା ଜାରି କରାଯାଇଥିଲା । ଏହାପରେ ପ୍ରଶାସନର ବିଭିନ୍ନ ପଦାଧିକାରୀ ଅଧିକାରୀ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଟିତ ହୋଇଥିଲା । ଏହାପରେ ଯାଜପୁର ଜିଲ୍ଲାପାଳ ଅମ୍ବର କର, ଏସପି ୟସୋପ୍ରତାପ ସିମଲ, ଶତିକଣ୍ଠ କାନୁନ ଗୋ, ଶଙ୍କର୍ଷଣ ଦଳେଇ ପ୍ରଶାନ୍ତ ମାଝୀ ଯାଜପୁର ଥାନା ଅଧରକାୀ ଶରତ ପାତ୍ର ବରିଷ୍ଠ ଅଧିକାରୀ ଉପସ୍ଥିତଥିଲେ ।
ମା ବିରଜାଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି
|
February 4, 2026 |



