ମା ତାରିଣୀଙ୍କର ନବମ ବାର୍ଷି ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ

Spread the love

ଯାଜପୁର, ୬/୦୫/୨୦୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା ତାରିଣୀ ଛକଠାରେ ଥିବା ମା ତାରିଣୀ ପିଠରେ ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଚି । ଏହି ଅବସରରେ ୩ ତାରିଖ ଠାରୁ ଆରମ୍ଭ କରାଯାଇ ୬ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଯଜ୍ଞକାର୍ଯ୍ୟ କରାଯିବ ବୋଲି ତାରିଣୀ ପୂଜା କମିଟିର ସଦସ୍ୟମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମାଙ୍କ ମଣ୍ଡପ ପରିଶରରେ ଯଜ୍ଞକୁଣ୍ଡ କରାଯାଇ ବରିଷ୍ଟ ପଣ୍ଡିତ ମାନଙ୍କ ତତ୍ୱାବଧାନରେ ଅଙ୍କୁରାରୋପଣ କରାଯାଇ ତା ୪ ରିଖ ବୁଧବାର ତାରିଣୀ କମିଟିର ସଦସ୍ୟ ଏବଂ ଭକ୍ତମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀ ନଦୀରେ କଳସ ବୁଡ଼ାଯାଇ ବିଧି ବିଧାନ ଅନୁସାରେ ଯଜ୍ଞମଣ୍ଡପ ପରିଶରକୁ ଅଣାଯିବା ସହିତ ଘଟସ୍ଥାପନ କରାଯାଇ ସୂର୍ଯ୍ୟପୂଜା, ଗୋପୂଜା, ରୁଦ୍ର ମହାଯଜ୍ଞ ଅନୁଷ୍ଟିତ ହେବା ସହିତ ବରିଷ୍ଠ ପଣ୍ଡିତ ମାନେ ଯଜ୍ଞକୁଣ୍ଡରେ ବେଦ ଧ୍ୱନୀରେ ଘୃତ ସମର୍ପଣ କରିବା ସହିତ ଗ୍ରହପୂଜା କରାଯାଇ ସୁବାସିତ ଜଳରେ ମା ତାରିଣୀଙ୍କୁ ସ୍ୱାନ କରାଯିବା ସହିତ ବଡ଼ସିଂହାର ବେଶ ମାଙ୍କୁ କରାଯାଇଥିଲା । ଶଙ୍ଖ, ହୁଳହୁଳୀ ଶବ୍ଦରେ ମାଙ୍କ ପିଠ ପ୍ରକମ୍ପିତ ହୋଇଉଠିଥିଲା । ତାରିଣୀ ପୂଜା କମିଟିର ଭକ୍ତମାନେ ମାଙ୍କୁ ପୁଷ୍ପଞ୍ଜଳୀ ଅର୍ପଣ କରିଥିଲେ । ସୂର୍ଯ୍ୟପୂଜା ଉପଚାର ପୂଜା ଗୀତା ଯଜ୍ଞ କରାଯିବା ସହିତ ମାଙ୍କୁ ସୁଶୋଜିତ ବେଶ କରାଯାଇ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହେବା ସହିତ ଆସନ୍ତା ଶୁକ୍ରବାର ରାତି ୧୦ଘଟିକା ସମରହେ ମାଙ୍କର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଚି । କମିଟିର ସଦସ୍ୟ ମାନଙ୍କ ତତ୍ୱାବଧାନରେ ଏହି ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହେବା ସହିତ ଭକ୍ତମାନେ ଆନନ୍ଦ ବଜାରରେ ପ୍ରଶାଦ ସେବନ କରି ମାଙ୍କ ଦର୍ଶନ କରିଥିଲେ ।

Related Posts

About The Author

Add Comment