ମା’ ତାରାତାରିଣୀଙ୍କ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ଲାଗି ସ୍ବତନ୍ତ୍ର ବସ୍‌ ସେବାର ଶୁଭାରମ୍ଭ

Spread the love
ଗଞ୍ଜାମ, ୩/୭ (ସନ୍ଧାନ ନିୟୁଜ ) ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ଲାଗି ମଙ୍ଗଳବାର ସ୍ବତନ୍ତ୍ର ବସ୍‌ ସେବାର ଶୁଭାରମ୍ଭ ହୋଇଛି। ଏହି ବସ୍‌କୁ ପୁରୁଷୋତ୍ତମପୁର ମା’ କନକେଶ୍ବରୀ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ତାରାତାରିଣୀ ମନ୍ଦିରକୁ ଦାନ ସୂତ୍ରରେ ପ୍ରଦାନ କରାଯାଇଛି । ବସ୍‌ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଚୟ କୁମାର ବିଶ୍ବାଳ, ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ, ତହସିଲଦାର ଅରୁଣ କୁମାର ନାୟକ, ଦୈତାରୀ ବେହେରା, ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗଦେଇ ମା’ଙ୍କ ପୀଠରେ ବସ୍‌କୁ ପୂଜାର୍ଚ୍ଚନା କରିବା ସହ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନକରି ପର୍ଯ୍ୟଟକଙ୍କ ଲାଗି ଉତ୍ସର୍ଗିକୃତ କରିଛନ୍ତି। ଏହି ବସ୍‌ଟି ବ୍ରହ୍ମପୁର ରେଳଷ୍ଟେଶନଠାରୁ ତାରାତାରିଣୀ ମନ୍ଦିରକୁ ଯାତାୟାତ କରିବ। ଏହି ଅବସରରେ ବସ୍‌ ମାଲିକ ସଂଘର ସଭାପତି ସନ୍ତୋଷ କୁମାର ପତି କହିଛନ୍ତି ଯେ, ପର୍ଯ୍ୟଟକଙ୍କ ସମସ୍ୟାକୁ ନେଇ ଏକ ବସ୍‌ ମାଲିକ ସଂଘ ପକ୍ଷରୁ ଯୋଗାଇ ଦେବା ଲାଗି ଦୀର୍ଘଦିନ ହେଲା ସ୍ବପ ରହିଥିଲା। ଯାହା ସଂଘର ସମସ୍ତ ସଭ୍ୟଙ୍କ ସହଯୋଗରେ ସାକାର ହୋଇଛି।

Related Posts

About The Author

Add Comment