ମାଲକାନଗିରି, ୨/୯ (ସନ୍ଧାନ ନିୟୁଜ): ମାଲକାନଗିରି ସୀମାନ୍ତ ନାରାୟଣପୁରରେ ପୁଲିସ ମାଓବାଦୀ ଗୁଳି ବିନିମୟରେ ଚାରିଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଚାରି ଜଣ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ତିନି ଜଣ ପୁରୁଷ ମାଓବାଦୀ ରହିଛି। କୁକ୍ରାଝୋର ଥାନା ଅର୍ନ୍ତଗତ ନାରାୟଣପୁର ନିକଟ ଗୁମିୟାବେଡା ଠାରେ ରବିବାର ଅପରାହ୍ନରେ ପୁଲିସ ମାଓବାଦୀ ଗୁଳି ବିନିମୟ ଘଟିଥିଲା। ପରେ ପୁଲିସ ଚରୋଟି ମୃତଦେହ ଉଦ୍ଧାର କରିଥିଲା। ସେଠାରୁ କିଛି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।




