ଯାଜପୁର, (ସନ୍ଧାନ ନିୟୁଜ) : ମା’ର ପିଲାମାନଙ୍କ ପାଇଁ ଗୋଟିଏ ଦିନ ପାଇଁ ଚିନ୍ତା କରୁଥିବା ବେଳେ ବାପା ସାରା ଜୀବନ ପାଇଁ ଚିନ୍ତା କରିଥାଏ ତେଣୁ ବାପା ହେଉଛନ୍ତି ସବୁ ପିଲା ମାନଙ୍କ ପାଇଁ ହିରୋ ବୋଲି ଶିକ୍ଷାବିତ୍ ଉମାକାନ୍ତ ମହାପାତ୍ରଙ୍କ ୮୬ତମ ଜନ୍ମ ଜୟନ୍ତୀରେ ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଶିଷ୍ଠ ଶିକ୍ଷାବିତ୍ ସ୍ୱର୍ଗତ ଉମାକାନ୍ତ ମହାପାତ୍ରଙ୍କ ୮୬ତମ ଜନ୍ମ ଜୟନ୍ତୀ ଚଣ୍ଡିଖୋଲ ସ୍ଥିତ ଡି.ୟୁ. ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଡଚଣାର ମାନ୍ୟବର ବିଧାୟକ ଅମର କୁମାର ନାୟକ ଯୋଗଦେଇ ବାପାଙ୍କ ହାତ ଯାହା ମୁଣ୍ଡରେ ନାହିଁ ସେ ଭଲ ମଣିଷ ହେବାରେ ବହୁତ କଷ୍ଟ ହୋଇଥାଏ ବୋଲି ମତ ପକାଶ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଓଡିଆ ପ୍ରାଧ୍ୟାପକ ଡକ୍ଟର ସଂଘମିତ୍ରା ମିଶ୍ର ଏବଂ ସମ୍ମାନୀତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ କଳିଙ୍ଗ କେଶରୀ ମହାନ୍ତି ଯୋଗଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଡିରେକ୍ଟର ଡକ୍ଟର ବିଶ୍ୱଜିତ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉମାକାନ୍ତ ସ୍ମୃତି ସଂସଦର ସଭ୍ୟ ଡକ୍ଟର ତୃହିନାଂଶୁ ରଥ ଅତିଥି ପରିଚୟ ପ୍ରଦାନ କରିଥଲେ । ଅନୁଷ୍ଠାନର ସମ୍ପାଦକ ଡକ୍ଟର ପ୍ରିୟନାଥ ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅନ୍ୱେଷଣ ପଥେ ଉମାୟନର ଗଳ୍ପଧାରା ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଚଳିତ ବର୍ଷ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ଶିକ୍ଷକ ଶୁକଦେବ ପତି ଏବଂ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡାକ୍ତର କୂଷ୍ଣଚନ୍ଦ୍ର ରାୟଙ୍କୁ ଉମାକାନ୍ତ ମହାପାତ୍ର ଶିକ୍ଷା ଓ ସେବା ସମ୍ମାନରେ ଉପଢ଼ୈକନ ମାନପତ୍ର ଏବଂ ଅର୍ଥରାଶି ଦିଆଯାଇ ସମ୍ମାନୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଡକ୍ଟର ସୁଧିର ସାମଲ ମଂଚ ପରିଚାଳନା କରିଥିଲେ । ସାମ୍ବାଦିକ ପ୍ରସନ୍ନ ବିଶ୍ୱାଳ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ଉମାୟନର ସମ୍ପାଦକ ଡକ୍ଟର ବିଧ୍ୂଭୂଷଣପଣ୍ଡା ପୁସ୍ତକ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।ଶେଷରେ ପ୍ରସାନ୍ତ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହାକୁ ଡି.ୟୁ ପବ୍ଳିକ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ କର୍ମଚାରୀ ମାନେ ସାହାର୍ଯ୍ୟ ସହଯୋଗ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ, ସଂଗୀତ , ଡ୍ରାମା ପରିବେଷଣ କରାଯାଇଥିଲା ।
ମା’ର ପିଲାମାନଙ୍କ ପାଇଁ ଗୋଟିଏ ଦିନ ପାଇଁ ଚିନ୍ତା କରୁଥିବା ବେଳେ ବାପା ସାରା ଜୀବନ ପାଇଁ ଚିନ୍ତା କରିଥାଏ: ଉମାକାନ୍ତ ମହାପାତ୍ରଙ୍କ ୮୬ତମ ଜୟନ୍ତୀ ଅନୁଷ୍ଠିତ
|
August 10, 2025 |



