ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୨ ଗିରଫ

Spread the love

କେନ୍ଦୁଝର, ୧୩ /୩ (ସନ୍ଧାନ ନିୟୁଜ): କେନ୍ଦୁଝର ଅବକାରୀ ବିଭାଗର ମୋବାଇଲ ସ୍କାର୍ଡ ବୁଧବାର ଦିନ ସକାଳେ ଏକ ମହୁଲ ବୋଝେଇ ପିକଅପ ଭ୍ୟାନ ଜବତ୍ କରିଥିବାବେଳେ ଗାଡିରେ ଥିବା ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ଜଣ ମହୁଲ ବେପାରୀ ସହ ସଂପୃକ୍ତ ନଥିବା କହି ହାଟକୁ ଯାଉଥିବା କହି ଛାଡିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି। ମହୁଲ ଚୋରା ଭାବେ ଏକ ପିକଅପ ଭ୍ୟାନରେ ଯାଉଥିବାବେଳେ ଚୋରା ଗାଡିରେ ବସିଥିବା ୨ଜଣଙ୍କୁ ଅବକାରୀ ବିଭାଗର ମୋବାଇଲ ସ୍କାର୍ଡ ଛାଡିବା ଘଟଣା ବିଭାଗର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ସକାଳ ପ୍ରାୟ ୮ଟା ୩୦ମିନିଟ୍ ସମୟରେ ଏକ ଚୋରା ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍ ହରିଚନ୍ଦନପୁର-ଭଗାମୁଣ୍ଡା ରାସ୍ତାରେ ଦୃତଗତିରେ ଯାଉଥିବା ଅବକାରୀ ଥାନା କର୍ତ୍ତୃପକ୍ଷଙ୍କୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଥାନା କର୍ତ୍ତୃପକ୍ଷ ଚୋରା ମହୁଲ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ପିଛା କରି ହରିଚନ୍ଦନପୁର-ଭଗାମୁଣ୍ଡା ରାସ୍ତାର ରଙ୍ଗାମାଟିଆଠାରେ ଅଟକ ରଖିଥିଲେ। ଗାଡିରେ ଥିବା ୪ଜଣଙ୍କୁ ଅବକାରୀ ଥାନା କର୍ତ୍ତୃପକ୍ଷ ଅଟକ ରଖିଥିଲେ। ପରେ ଏହି ଚାରିଜଣଙ୍କ ମଧ୍ୟରୁ ୨ଜଣ ଶ୍ରମିକ ଏବଂ ଜଣେ ଗାଡି ମାଲିକ ଓ ଜଣେ ଡ୍ରାଇଭର ବୋଲି ଜଣାପଡିଥିଲା। ଗାଡି ମାଲିକ ମଣନ୍ଦାଘର ଗ୍ରାମର ଦେବାନନ୍ଦ ପୃଷ୍ଟି ଏବଂ ଗାଡି ଡ୍ରାଇଭର ହରିଚନ୍ଦନପୁରର ଚିନ୍ମୟ ସାହୁଙ୍କୁ ଅବକାରୀ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ୧୦କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଚୋରା ମହୁଲ ଏବଂ ମହୁଲ ବୋଝେଇ ଓଡି୦୯-ଏଚ୍-୯୨୭୮ ନମ୍ବର ବିଶିଷ୍ଟ ପିକ୍ଅପ୍ ଭ୍ୟାନ୍କୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି। ଅବକାରୀ ବିଭାଗ ୨ଜଣଙ୍କୁ ସଂପୃକ୍ତି ନଥିବା କହି ଛାଡିବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହୋଇଛି।

Related Posts

About The Author

Add Comment